ପିପିଲି,୧୩/୦୫: ପିପିଲି ଏନ୍‌ଏସି  ଅଞ୍ଚଳରେ ଜଣେ ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ  ହୋଇଛି । ପୁଲିସ୍‌ ଘଟଣାର ତଦନ୍ତ ଜାରି  ରଖିଛି । 

ରବିବାର ପୂର୍ବାହ୍ଣରେ ନାବାଳିକା  ଘର ନିକଟରେ ଖେଳୁଥିଲେ । ସେଠାରେ ଭଡ଼ା ରହୁଥିବା ମେଦିନପୁର ଅଞ୍ଚଳର  ଜଣେ ୬୭ ବର୍ଷୀୟ ଫେରିବାଲା ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ କାହାକୁ  ଜଣାଇଲେ ଜୀବନରେ ମାରି ଦେବାକୁ  ଧମକ ଦେଇଥିଲା । ରାତିରେ ଯନ୍ତ୍ରଣା ହେବାରୁ ନାବାଳିକା ମା'ଙ୍କୁ ସବୁ କହିଥିଲେ । ସୋମବାର ସକାଳେ ପରିବାର ଲୋକେ  ନାବାଳିକାଙ୍କୁ ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରକୁ  ନେଇଥିଲେ । ପ୍ରାଥମିକ ଚିକିତ୍ସା  ପରେ ପିପିଲି ଥାନାରେ ଅଭିଯୋଗ  କରିଥିଲେ । ଥାନା ଅଧିକାରୀ ସୌମେନ୍ଦୁ  ଶେଖର ତ୍ରିପାଠୀ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲେ । ଏନେଇ ପିପିଲି ଥାନାରେ  ୨୯୩/୨୫ରେ ଏକ ମାମଲା ରୁଜୁ  କରାଯାଇଛି । ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା  ଥାନା ଅଧିକାରୀ ସୂଚନା ଦେଇଛନ୍ତି ।