ବାଲେଶ୍ଵର,୨୭/୧୨ : ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ । ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜର୍ଜ ରଞ୍ଜନ କୁମାର ସୁତାର।
ଦୁଷ୍କର୍ମକାରୀ ବାରିଆଲ ହାଁସଦାର ଘର ମୟୂରଭଞ୍ଜର ବେତନଟୀ ଥାନା ଅଂଚଳରେ । ୧୬ ଜଣ ସାକ୍ଷୀ ୧୯ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଳେଶ୍ଵର ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।