ତାଳଚେର,୧୨/୬/(ଆ.ପ୍ର.): ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ  ପୁଲିସ ଅଟକ ରଖି ପଚାରାଉଚରା ଚଳାଇଛି ।  ଘଟଣାରୁ ପ୍ରକାଶ ଯେ, ଗୁରୁବାର ପ୍ରାୟ ସାଢ଼େ ୧୨ଟା ବେଳେ ଜଣେ ୬ ବର୍ଷର ନାବାଳିକାକୁ ଚକୋଲେଟ୍‌‍ ଦେଇ ପ୍ରଲୋଭିତ କରିବା ସହ ଘରୁ ବାହାରକୁ ଡାକି ନେଇ ଯୁବକ ଜଣକ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି । 

ନାବାଳିକା ଚିତ୍କାର କରିବାରୁ ଯୁବକ ଜଣଙ୍କ ନାବାଳିକାକୁ ଛାଡ଼ି ପଳାଇଥିଲା । ନାବାଳିକା ଜଣକ ଘରକୁ ଆସି ଏ ସମ୍ପର୍କରେ ଜଣାଇବା ପରେ ପରିବାର ଲୋକ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ନାବାଳିକାକୁ ଟଙ୍କା ଦେଇ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ନଜଣାଇବା ପାଇଁ ଯୁବକ ଜଣକ କହିଥିବା ଝିଅର ପରିବାର ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଛି। 

ଅଟକ ଯୁବକ ଜଣକ ତାଳଚେର ଥାନା ଅନ୍ତର୍ଗତ ଶିବରାମପୁର ଅଞ୍ଚଳର ସୁନୀଲ ପ୍ରଧାନ (୨୦) ବୋଲି ଜଣାପଡିଛି। ନାବାଳିକାକୁ ଡାକ୍ତରୀମାଇନା କରାଯାଇଛି । ପୁଲିସ ଏନେଇ ତଦନ୍ତ ଜାରି ରଖିଥିବାର ନେଇ ସୂଚନା ମିଳିଛି ।