ଝାରସୁଗୁଡା,୨୪/୦୫: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶନିବାର ଝାରସୁଗୁଡ଼ା ପୋକ୍ସୋ ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳ ଥାନାରେ ୨୦୨୨ ମସିହା ମେ ମାସ ୨ ତାରିଖ ଦିନ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଦୁଷ୍କର୍ମ କାରୀ କିଶୋର ବାଦୀ (୩୦) କୁ ପୋଲିସ ଗିରଫ କରି କୋଟ ଚାଲାଣ କରିଥିଲା। ପୋକ୍ସୋ ଅଦାଲତରେ ବିଚାରପତି ପୂଜା ଷଡ଼ଙ୍ଗୀ ଏହି ମାମଲାରେ ଉଭୟ ପକ୍ଷର ସାକ୍ଷ ପ୍ରମାଣ ଗ୍ରହଣ କରି ଶନିବାର ଅଭିଯୁକ୍ତ କିଶୋରକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହିତ ସରକାର ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ସାହାଯ୍ୟ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓକିଲ ପୃଥ୍ୱୀରାଜ ସିଂଦେଓ ଏହି ମାମଲାକୁ ପରିଚାଳନା କରିଥିଲେ।

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ...