ଜଗତସିଂହପୁର, ୨୧।୭ :  ଜଗତସିଂହପୁର ସଦର ଥାନା ଅଧୀନ ଏକ ଗାଁରେ  ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରାଯାଇଛି। ସାଙ୍ଗ ଜନ୍ମ ଦିନରେ ଯୁବତୀ ଜଣକ ଯୋଗ ଦେବାକୁ ଯାଉଥିବା ବେଳେ ବାଟରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।। ଜଗତସିଂହପୁର ଥାନାରେ ଯୁବତୀଙ୍କ ବାପା ଏତଲା ଦେଇଛନ୍ତି  ।  ପୋଲିସ ଘଟଣାର ତଦନ୍ତ  କରୁଛି ।