ପାଟଣା,୨୧/୧୨:ମନ୍ଦିରର କବାଟ ଭାଙ୍ଗି ଦାନ ହୁଣ୍ଡିରୁ ଲୁଟ। କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟରେ ଥିବା ଆନନ୍ଦେଶ୍ବର ଶିବ ମନ୍ଦିର ପରିସରରୁ ଲୁଟ ହୋଇଛି।ଘଟଣାର ତଦନ୍ତ କରୁଛି ପୁଲିସ ।
ସୂଚନା ମୁତାବକ, ପାଟଣା ମୁଖ୍ୟାଳୟରେ ଥିବା ଆନନ୍ଦେଶ୍ବର ଶିବ ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିର ଏବଂ ରାମ ମନ୍ଦିରର କବାଟ ଭାଙ୍ଗି ବିଳମ୍ବିତ ରାତିରେ ଲୁଟ୍ ହୋଇଛି ।ଦୁର୍ବୁତ୍ତମାନେ ମନ୍ଦିରରେ ଥିବା ଦାନ ହୁଣ୍ଡିକୁ ଭାଙ୍ଗି ହୁଣ୍ଡି ଭିତରେ ଥିବା ଖୁଚୁରା ପଇସା ଛାଡି କେବଳ ନୋଟ ଟଙ୍କା ଲୁଟି ନେଇଛନ୍ତି । ଆଜି ସକାଳୁ ମନ୍ଦିରର ପୂଜକ ପୂଜା କରିବା ପାଇଁ ଆସୁଥିବା ସମୟରେ ହୁଣ୍ଡି ବାକ୍ସ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଚୋରି ହୋଇଥିବା ଜାଣି ପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୁତ୍ତମାନଙ୍କୁ ଧରିବାକୁ ଛାନଭିନ ଜାରି ରଖିଛି।