ପ୍ରମୂଖ ଖବର
  • ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ହଟିଲା ଓଏଏସ ସଂଘ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ
  • ||
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆଶାକର୍ମୀଙ୍କ ବେକରୁ ସୁନା ଚେନ ଲୁଟି ନେଲେ ଦୁର୍ବୃତ୍ତ

Published By : Gurupada Nath | July 3, 2025 9:51 PM

ଖୁଣ୍ଟା,୩/୭ : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଜନୈକା ଆଶାକର୍ମୀଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ ଲୁଟି ନେଇଥିବା ଜଣାପଡ଼ିଛି । ସେପଟେ ପୋଲିସ ପ୍ରଶାସନର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ସୂଚନା ଅନୁସାରେ ଖୁଣ୍ଟା ଥାନା ଅନ୍ତର୍ଗତ ବାସିପିଠା ପଞ୍ଚାୟତ ଅଧୀନ ମୁରାଲି ଗ୍ରାମର ଜନୈକା ଆଶାକର୍ମୀ ଆଜି ଅପରାହ୍ନ ୫ଟା ବେଳେ ଜଡ଼ାବଣି ଛକରୁ ନିଜ ଘର ମୁରାଲିକୁ ଚାଲି ଚାଲି ଯାଉଥିବାବେଳେ ଗୋଟିଏ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଜଡ଼ାବଣି ସ୍କୁଲ ନିକଟ ରାସ୍ତା ପାଖରୁ ଆଶାକର୍ମୀଙ୍କ ବେକରୁ ସୁନା ଚେନ ଟାଣି ନେଇ ଖସି ପଳାଇଥିଲେ। ତେବେ ରିପୋର୍ଟ ଲେଖା ହେବା ଯାଏଁ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି । 

ସୂଚନା ଅନୁସାରେ, ଖୁଣ୍ଟା ଥାନା ଅଞ୍ଚଳରେ ଏଭଳି ବାରମ୍ବାର ଚୋରି, ଡକାୟତ, ରାହାଜାନୀ, ଛିନତାଇ ଘଟଣା ବଢ଼ିବାରେ ଲାଗିଥିବାବେଳେ ପୋଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏପଟେ ଅଞ୍ଚଳବାସୀଙ୍କ ପୋଲିସ ଉପରେ ଭରଷା ଦିନକୁ ଦିନ କମିବାରେ ଲାଗିଥିବାବେଳେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଜନସାଧାଣ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.