ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ

Published By : Harapriya Sethi | April 21, 2025 7:48 AM

ଭୁବନେଶ୍ୱର, ୨୧/୦୪: ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ । ନିଖୋଜ ହେବାର ୭ ଦିନ ପରେ ଗାଁର ଜୈନିକ ବ୍ୟକ୍ତିଙ୍କ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କଲା ପୋଲିସ । ଡେଲାଙ୍ଗ ରତନ ପୁର ଗାଁର ନିଖୋଜ ନାବାଳକ ଆଶୀର୍ବାଦଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ନଗ୍ନ ଓ ଅତି ମୁର୍ମୂଷ ଅବସ୍ଥାରେ ଆଶୀର୍ବାଦର ମୃତଦେହ ଶେଷରେ ପାଇଖାନା ଟାଙ୍କିରୁ ମିଳିଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । 

ସେପଟେ ସମ୍ପର୍କୀୟ ଦାଦାଙ୍କ ଉପରେ ସନ୍ଦେହ ସୃଷ୍ଟି ହେବା ପରେ ପୋଲିସ ରତନପୁର ଗାଁର ବାପି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରା ପରେ ଅଭିଯୁକ୍ତ ସବୁ ସତ କଥା ପୁଲିସ ଆଗରେ ମାନିଯାଇଥିବା ସୂଚନା ମିଳିଛି । ଏହା ପରେ ଉତ୍ୟକ୍ତ ହୋଇ ସମ୍ପୃକ୍ତ ଅଭିଯୁକ୍ତର ଘର ଭାଙ୍ଗି ଦେଇଛନ୍ତି ଗ୍ରାମବାସୀ । 


ସୂଚନା ମୁତାବକ, ଗତ ୧୫ ତାରିଖରେ ମାନସ ସାହୁଙ୍କ ଏକମାତ୍ର ପୁଅ ଆଶୀର୍ବାଦ ସନ୍ଧ୍ୟାରୁ କେଉଁଆଡେ ନିଖୋଜ ହୋଇଯାଇଥିବା ନେଇ  ବାପା ଡେଲାଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିଲେ । ନିଖୋଜ ଘଟଣାକୁ ୬ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି । ଏନେଇ ଗ୍ରାମବାସୀ  ଓ ଅଂଚଳବାସୀ ଜିଲ୍ଲାପାଳଙ୍କଠାରୁ ଆରମ୍ଭ  କରି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ । କୌଣସି ସୁଫଳ ନମିଳିବାରୁ ରବିବାର ରାଜରାସ୍ତା ଅବରୋଧ କରିଥିଲେ। ସିପିଆଇଏମଏଲ ନେତା ଅଶୋକ ପ୍ରଧାନଙ୍କ  ନେତତ୍ୱରେ ଶତାଧିକ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ଡେଲାଙ୍ଗ -  ପଟ୍ଟନାୟିକିଆ ରାସ୍ତାର ହାଟ ଡେଲାଙ୍ଗ ଠାରେ ରାସ୍ତାରେ ଟାୟାର ଜାଳି ଉତ୍ତ୍ୟକ୍ତ ଲୋକେ ପୂର୍ବାହ୍ନ ୧୦ଟାରୁ ରାସ୍ତା ଅବରୋଧ କରିଥିଲେ । 

ଅନ୍ୟପଟେ ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ  ଦୁର୍ବାଶା ନିଶଙ୍କ ପ୍ରମୁଖ ନାବାଳକର ପରିବାରକୁ  ଭେଟିବା ସହିତ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ପାଇଁ ଦାବି କରିଥିଲେ । ଖବର ପାଇ ପୁରୀ ଅତିରିକ୍ତ  ଏସ୍‌ପି ବିଷ୍ଣୁ ପ୍ରସାଦ ପତି , ପିପିଲି ଏସ୍‌ଡିପିଓ  ଦେବାଶିଷ୍‌ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି  ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଆଶ୍ୱାସନା ଦେଇଥିଲେ । ପରେ ସ୍ଥାନୀୟ ଲୋକେ ଅପରାହ୍ନ ୩ଟାରେ ରାସ୍ତା ରୋକରୁ ଓହରିଥିଲେ ।

ଏହା ପରେ ମଧ୍ୟ ଖାଜୋଖାଜି ଜାରି ରଖିଥିଲା ପୋଲିସ । ଶେଷରେ ସୋମବାର ଦିନ ଗାଁର ଜୈନିକ ବ୍ୟକ୍ତିଙ୍କ ପାଇଖାନା ଟାଙ୍କିରୁ ଆଶୀର୍ବାଦଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ନଗ୍ନ ଓ ଅତି ମୁର୍ମୂଷ ଅବସ୍ଥାରେ ଆଶୀର୍ବାଦର ମୃତଦେହ ଶେଷରେ ପାଇଖାନା ଟାଙ୍କିରୁ ମିଳିଛି । ତାଙ୍କୁ କେହି ହତ୍ୟା କରିବା ପରେ ପାଇଖାନା ଟାଙ୍କିରେ ମୃତଦେହ ଲୁଚାଇବାକୁ ଚେଷ୍ଟା କରିଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.