ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ନିଖୋଜ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Published By : Gurupada Nath | June 25, 2025 5:01 PM

ଗଜପତି,୨୫/୬ : ଗଜପତି ଜିଲ୍ଲା ରାମଗିରି ଥାନା ନୁଆସାହି ଘାଇରୁ ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର କରିଛି ପୋଲିସ l ମୃତ ଯୁବକ ହେଲେ କଡ଼ମାସିଂ ଗାଁର ରାମଚନ୍ଦ୍ର ନାୟକ(୩୫) l ଗତ ରବିବାର ଠାରୁ ସେ ନିଖୋଜ ଥିବାନେଇ ରାମଗିରି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ l ପରିବାର ଲୋକେ ଓ ପୁଲିସ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ l ତେବେ ଆଜି ତାଙ୍କର ହାତଗୋଡ଼ ବନ୍ଧା ମୃତଦେହ ଗାଁଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ନୁଆସାହି ଘାଇରେ ପଡ଼ିଥିବା ପରିବାର ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ l

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି l ରାମଚନ୍ଦ୍ରଙ୍କ ମୁହଁରେ ଗାମୁଛା ବନ୍ଧା ଯାଇଥିବାବେଳେ ହାତ ଓ ଗୋଡରେ ଦୌଡ଼ି ବନ୍ଧା ଯାଇଛି l ଏଥିସହ ଏକ ଠେଙ୍ଗାରେ ମୃତଦେହ ବନ୍ଧା ଯାଇଥିବାବେଳେ ବଡ଼ ପଥର ବନ୍ଧା ଯାଇଥିବା ଦେଖିବାକୁ ମିଳିଛି l ମୁଣ୍ଡର ପଛ ପଟେ ଗୁଳିବିଧ ହୋଇଥିବା ଦେଖିବାକୁ ମିଳିଛି l ତେଣୁ ତାଙ୍କୁ କେହି ହତ୍ୟା କରି ଘାଇରେ ଫିଙ୍ଗି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି l ପୋଲିସ ଘଟଣାର ଛlନଭିନ କରିବା ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି l ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି l ଘଟଣାର ତଦନ୍ତ ଚାଲିଛି l ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାର ତଦନ୍ତ କରାଯାଉଛି ବୋଲି ରା.ଉଦୟଗିରି ଏସଡିପିଓ କହିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.