ନୂଆଦିଲ୍ଲୀ : ଆଇପିଏଲ ୨୦୨୬ ଶନିବାରଠାରୁ ଆରମ୍ଭ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏଯାତ ନିଜ ଦଳ ସହ ଯୋଡ଼ି ହୋଇନାହାନ୍ତି । ଆହତ କାରଣରୁ ସେ ଏବେ ବିଶ୍ରାମ ନେଉଥିବାବେଳେ ଅଭ୍ୟାସ ଆରମ୍ଭ କରିନାହାନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ହେଉଥିବାବେଳେ ଭାରତୀୟ ଗଣମାଧ୍ୟମରେ ମଧ୍ୟ ବହୁ ଚର୍ଚ୍ଚା ହେଉଛି । ଯାହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଷ୍ଟାର୍କ ।

​​​​​​​ଏହାସହ ପଢ଼ନ୍ତୁ : ବିଜେପିକୁ ମମତାଙ୍କ ଟାର୍ଗେଟ, ରାଲିରେ କହିଲେ....

ଅଷ୍ଟ୍ରେଲିୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ କାନ୍ଧ ଏବଂ କହୁଣୀରେ ଆଘାତ ଲାଗିଛି । ଯେଉଁ କାରଣରୁ ସେ ବିଶ୍ରାମ ନେଉଛନ୍ତି । କେବେ ଆଇପିଏଲ ଖେଳିବା ପାଇଁ ଆସିବେ ଏହାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ସେ ନିଜର ସୋସିଆଲ ମିଡିଆରେ ଏହା ଉପରେ ଜବାବ ରଖିଛନ୍ତି । ସେ କହିଛନ୍ତି ଯେ, କିଛି ଭାରତୀୟ ଗଣମାଧ୍ୟମ ପ୍ଲାଟଫର୍ମରେ ଲୋକମାନେ ତାଙ୍କ ଆଘାତ ବିଷୟରେ ମିଥ୍ୟା ଏବଂ ଭୁଲ୍ ମତାମତ ପ୍ରଦାନ କରୁଛନ୍ତି । ଏହି ଲୋକମାନେ ତାଙ୍କ ଶରୀରକୁ ଭଲ ଭାବରେ ଜାଣନ୍ତି ବୋଲି ଦାବି କରନ୍ତି । କିନ୍ତୁ ମୁଁ ଏବେ ସୁସ୍ଥ ହୋଇନାହିଁ ।  "ସିଜନର ପ୍ରାରମ୍ଭିକ ଭାଗରେ ଉପଲବ୍ଧ ନହେବା ପାଇଁ ମୁଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଏବଂ ପ୍ରଶଂସକମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ଏହି ସମୟ ଦଳ ପାଇଁ ଚ୍ୟାଲେଞ୍ଜିଂ, କିନ୍ତୁ ମୁଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ମୁଁ ଦଳ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ଯଥାଶୀଘ୍ର ଉପଲବ୍ଧ ହେବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି।"

ଏହାସହ ପଢ଼ନ୍ତୁ : ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ, ଜାଣନ୍ତୁ କ’ଣ ହେଲା ଆଲୋଚନା ?

ପୂର୍ବରୁ ମିଚେଲ ଷ୍ଟାର୍କଙ୍କ ପତ୍ନୀ ଏବଂ ପୂର୍ବତନ ଅଷ୍ଟ୍ରେଲିୟ ମହିଳା ଦଳର ଅଧିନାୟିକା ଆଲିସା ହିଲି ତାଙ୍କ ଫିଟନେସ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ହିଲି ସ୍ପଷ୍ଟ କରିଛନ୍ତି ଯେ ଷ୍ଟାର୍କ ବର୍ତ୍ତମାନ ଆଘାତରେ ପୀଡିତ ଏବଂ ସେଥିପାଇଁ ସେ ଏପର୍ଯ୍ୟନ୍ତ ଭାରତ ଆସିନାହାଁନ୍ତି। ଯଦି ସେ ବୋଲିଂ କରିପାରିବେ ନାହିଁ, ତେବେ ତାଙ୍କୁ କିପରି ଖେଳିବା ଆଶା କରାଯାଇପାରିବ? ଏବେ, ମିଚେଲ ଷ୍ଟାର୍କ ନିଜେ ତାଙ୍କ ଆଘାତକୁ ନିଶ୍ଚିତ କରିଛନ୍ତି।

ଏହାସହ ପଢ଼ନ୍ତୁ : RCB ନା SRH: କିଏ ଜିତିବ ଆଜିର ମ୍ୟାଚ୍ ? ଜାଣନ୍ତୁ ଉଦ୍ଘାଟନୀ ମୁକାବିଲାରେ ହେଡ୍ ଟୁ ହେଡ୍ ରିପୋର୍ଟ?