ବେଙ୍ଗାଲୁରୁ,୨୦/୦୩: ଆଉ କିଛି ସମୟ ପରେ ଆରମ୍ଭ ହେବ ଫଟାଫଟ କ୍ରିକେଟ ମହାକୁମ୍ଭ ଆଇପିଏଲ୍ ୨୦୨୬ର ଉଦ୍ଘାଟନୀ ମ୍ୟାଚ୍। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲାର ଶୁଭାରମ୍ଭ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ୍ ଆରସିବି ସହିତ ମୁକାବିଲା କରିବା ସମୟରେ ହାଇଦ୍ରାବାଦ ନିଶ୍ଚିତ ଭାବରେ ଚାପରେ ରହିବ। ତେବେ ଏହି ପରିପ୍ରେକ୍ଷିରେ ଆସନ୍ତୁ ଜାଣିବା କେଉଁ ଦଳର ରେକର୍ଡ କ'ଣ ରହିଛି।

ନୂଆ ଅଧିନାୟକଙ୍କ ସହିତ ପ୍ରବେଶ କରିବ ହାଇଦ୍ରାବାଦ:

ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ, ହାଇଦ୍ରାବାଦ ଜଣେ ନୂତନ ଅଧିନାୟକଙ୍କ ସହିତ ମଇଦାନକୁ ଓହ୍ଲାଇବ। କମିନ୍ସଙ୍କ ଅନୁପସ୍ଥିତିରେ ଇଶାନ କିଶାନଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଅଧିନାୟକ ଭାବରେ ଇଶାନଙ୍କ ପାଇଁ ଚ୍ୟାଲେଞ୍ଜ କଷ୍ଟକର ହେବ। ଏହି ସମୟରେ, ଆରସିବି ଏହାର ନିୟମିତ ଅଧିନାୟକ ରଜତ ପାଟିଦାରଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ।

RCB vs SRH ମୁହାଁମୁହିଁ:

ଆରସିବି ଏବଂ ହାଇଦ୍ରାବାଦ ଏପର୍ଯ୍ୟନ୍ତ ୨୫ଟି ମ୍ୟାଚ୍ ଖେଳିଛନ୍ତି। ହାଇଦ୍ରାବାଦ ସର୍ବାଧିକ ୧୩ଟି ମ୍ୟାଚ୍ ଜିତିଛି। ଆରସିବି ୧୧ଟି ଜିତିଥିବା ବେଳେ ଉଭୟଙ୍କ ମଧ୍ୟରେ ଗୋଟିଏ ମ୍ୟାଚ୍ ଡ୍ର ରହିଛି। ହେଡ୍-ଟୁ-ହେଡ୍ ମୁକାବିଲାରେ ହାଇଦ୍ରାବାଦ ସର୍ବାଧିକ ବିଜୟୀ ହୋଇଥିବା ଜଣାପଡ଼ିଛି। ତଥାପି, ଆଜିର ମ୍ୟାଚ୍ କେଉଁ ଦଳ ଜିତିବ ତାହା ଦେଖିବା ଆକର୍ଷଣୀୟ ହେବ। ଆରସିବି ଏବଂ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ, ଟସ୍ ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୭ ଟାରେ ହେବ।

ଟୁର୍ଣ୍ଣାମେଣ୍ଟ ପାଇଁ ବେଙ୍ଗାଲୁରୁ ଦଳ:

ବିରାଟ କୋହଲି, ଫିଲିପ ସଲ୍ଟ, ଦେବଦତ୍ତ ପାଡିକଲ, ରଜତ ପାଟିଦାର (ଅଧିନାୟକ), ଟିମ ଡେଭିଡ, ଜିତେଶ ଶର୍ମା (ୱିକେଟ୍ କିପର), କ୍ରୁନାଲ ପାଣ୍ଡ୍ୟା, ରୋମାରିଓ ଶେଫର୍ଡ, ଭୁବନେଶ୍ୱର କୁମାର, ସୁୟଶ ଶର୍ମା, ଜ୍ୟାକବ ଡଫି, ଜୋଶ ହେଜଲେଉଡ, ରସିଖ ସଲାମ ଡାର, ଭେଙ୍କଟେଶ ଆୟର, ମଙ୍ଗେଶ ଯାଦବ, ବିହାନ ମଲହୋତ୍ରା, ଓ୍ବିକି ଓଷ୍ଟୱାଲ, ଅଭିନନ୍ଦନ ସିଂହ, ଜ୍ୟାକବ ବେଥେଲ, ଜୋର୍ଡାନ କକ୍ସ, ସ୍ବପ୍ନିଲ ସିଂ, କନିସ୍କ ଚୌହାନ, ସାତ୍ବିକ ଦେଶୱାଲ

ଟୁର୍ଣ୍ଣାମେଣ୍ଟ ପାଇଁ ହାଇଦ୍ରାବାଦର ଦଳ:

ଅଭିଷେକ ଶର୍ମା, ଟ୍ରାଭିସ୍ ହେଡ୍, ଇଶାନ୍ କିଶାନ୍ (ଓ୍ବିକେଟ କିପର / ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ହେନ୍ରିଚ୍ କ୍ଲାସେନ୍, ଅନିକେତ ବର୍ମା, ନୀତୀଶ କୁମାର ରେଡ୍ଡୀ, ହର୍ଷଲ ପଟେଲ, ଜୟଦେବ ଉନଦକଟ, ହର୍ଷ ଦୁବେ, ଇଶାନ ମାଲିଙ୍ଗା, ଶିବମ ମାଭି, ସ୍ମରଣ ରବିଚନ୍ଦ୍ରନ, ଜିଶାନ ଅଂସାରୀ, ସଲିଲ ଅରୋରା, କାମିନ୍ଦୁ ମେଣ୍ଡିସ, ବ୍ରାଏଡନ କାରସେ, ଡେଭିଡ ପାୟନେ, ପ୍ରଫୁଲ ହିଙ୍ଗେ, ସାକିବ ହୁସେନ୍, କ୍ରେନ୍ସ ଫୁଲେଟ୍ରା, ଅମିତ କୁମାର, ଓଁକାର ତରମାଲେ, ଶିବାଙ୍ଗ କୁମାର