ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୧୪ କୋଟିରେ କେ.ଏଲ୍‌ ରାହୁଲଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ; ମିଚେଲ ଷ୍ଟାର୍କ ମଧ୍ୟ ଦିଲ୍ଲୀରେ ସାମିଲ

Published By : Soubhagya Ranjan | November 24, 2024 6:04 PM

ନୂଆଦିଲ୍ଲୀ,୨୪/୧୧: ଟିମ୍ ଇଣ୍ଡିଆର ନୂଆ ସଙ୍କଟମୋଚକ ସାଜିଥିବା ତଥା ଆଇପିଏଲରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ପୂର୍ବତନ ଅଧିନାୟକ କେ.ଏଲ୍ ରାହୁଲଙ୍କୁ ଆଇପିଏଲ୍ ୨୦୨୫ ରେ ଏକ ନୂଆ ଦଳ ସହିତ ଖେଳୁଥିବା ଦେଖିବାକୁ ମିଳିବ। ତେବେ ସେହି ନୂତନ ଦଳ ଆରସିବି ନୁହେଁ ବରଂ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ୨୦୨୫ ର ମେଗା ନିଲାମରେ କେଏଲ ରାହୁଲଙ୍କୁ ୧୪ କୋଟି ଟଙ୍କାରେ କିଣିଛି। ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ନିଲାମରେ ରାହୁଲଙ୍କୁ କିଣିବାକୁ ଚେଷ୍ଟା କରିଥିଲା। ଚେନ୍ନାଇ ରାହୁଲଙ୍କ ପାଇଁ ୧୩.୭୫ କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡର କରିଥିଲା। ଶେଷରେ ୧୪ କୋଟିରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ।

ମିଚେଲ ଷ୍ଟାର୍କଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୧.୭୫ କୋଟିରେ କିଣିଛି। ତାଙ୍କର ପୁରୁଣା ଦଳ ଆରସିବି ଏବଂ କେକେଆର୍ ମଧ୍ୟ ଷ୍ଟାର୍କଙ୍କ ଉପରେ ଟେଣ୍ଡର କରିଥିଲେ, କିନ୍ତୁ ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟାର୍କଙ୍କୁ ସେମାନଙ୍କ ଦଳରେ ସାମିଲ କରିଥିଲା। ଗତ ବର୍ଷ ମିଚେଲ ଷ୍ଟାର୍କ ସବୁଠାରୁ ମହଙ୍ଗା ଖେଳାଳି ଥିଲେ। ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୨୪.୭୫ କୋଟିରେ କିଣିଥିଲା। ଏଥର କିନ୍ତୁ ସେ ୧୩ କୋଟି ଟଙ୍କା କ୍ଷତିରେ ଡିସିରେ ସାମିଲ ହୋଇଛନ୍ତି। 

ମିଚେଲ ଷ୍ଟାର୍କଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା ଏବଂ ତାଙ୍କ ଉପରେ ପ୍ରଥମ ନିଲାମ ଡାକରା ୫ ଥରର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ କରିଥିଲା। କେକେଆର୍ ମଧ୍ୟ ଚେଷ୍ଟା କରିଥିଲା, କିନ୍ତୁ କୋଲକାତା ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଯିବା ପରେ ଜିଦ୍ ଛାଡିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟ ଷ୍ଟାର୍କଙ୍କ ଉପରେ ପ୍ର‌ଥମେ ୬.୭୫ କୋଟି ଟଙ୍କାର ପ୍ରଥମ ନିଲାମ ଡାକିଥିଲା ଏବଂ ଶେଷରେ ଦଳ ୧୧.୭୫ କୋଟି ଟଙ୍କା ନିଲାମ ଡାକିଥିଲା। ଆରସିବି ମଧ୍ୟ ୧୧.୫୦ କୋଟି ଟଙ୍କା ପାଇଁ ଚେଷ୍ଟା କରିଥିଲା, କିନ୍ତୁ ଦିଲ୍ଲୀ ଷ୍ଟାର୍କଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.