ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ମା’ ସମଲେଶ୍ବରୀ ମନ୍ଦିର ସହିତ ଅଡିଟୋରିୟମ ଓ ଟାଉନହଲର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ କଳିକେଶ…

Published By : Ladu Kishor | June 30, 2025 9:04 PM

ବଲାଙ୍ଗିର୩୦/୦୬: ଆଜି ଅପରାହ୍ନ ସମୟରେ ବଲାଙ୍ଗିର ବିଜାଖମନ ଠାରେ ନିର୍ମାଣାଧିନ ଅଡିଟୋରିୟମର କାର୍ଯ୍ଯ କଚ୍ଛପ ଗତିରେ ଆଗେଇ ଚାଲିଥିବା ହେତୁ ବିଭାଗୀୟ ଅଧିକାରୀଙ୍କ ସହିତ ସ୍ଥିତି ଅନୁଧ୍ୟାନ କରି ସ୍ବଳ୍ପ ସମୟ ମଧ୍ଯରେ କାର୍ଯ୍ଯ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ କଳିକେଶ ସିଂଦେଓ। ସେହିପରି ବଲାଙ୍ଗିର ଟାଉନହଲର ସ୍ଥିତି ଅନୁଧ୍ୟାନ କରି କାର୍ଯ୍ଯ କରୁଥିବା ସଂସ୍ଥା ଏନବିସିସିର କାର୍ଯ୍ୟଶୈଳୀରେ କ୍ଷୁବ୍ଧ ହୋଇ କାର୍ଯ୍ଯାଦେଶ ରଦ୍ଦ କରିବାକୁ ବିଭାଗର ପ୍ରମୁଖ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ପରେ ଐତିହାସିକ ମା’ ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରି ମନ୍ଦିର କମିଟି ସହିତ ଆଲୋଚନା କରି କାର୍ଯ୍ଯ କାହିଁକି ବିଳମ୍ବ ହେଉଛି ତାର କାରଣ ପଚାରି ବୁଝିଥିଲେ। ଏହି ସମୟରେ କମିଟିର ସଦସ୍ଯ ମାନଙ୍କ ଗୋଟିଏ ମାତ୍ର ଅଭିଯୋଗ କି,ମନ୍ଦିରର ସମଗ୍ର ଜମିର ପୁନରୁଦ୍ଧାର ସହିତ ଭବ୍ଯ ମନ୍ଦିରର ଉନ୍ନତିକରଣ କାର୍ଯ୍ଯ କରିବା ସହିତ ମନ୍ଦିରକୁ ବର୍ଷା ସମୟରେ ପସୁଥିବା ଡ୍ରେନେଜ ପାଣି ନିଷ୍କାସିତ କିପରି ହୋଇପାରିବ ତାକୁ ଗୁରୁତ୍ୱ ଦେବା । ଏ ନେଇ ଉପଜିଲ୍ଲାପାଳ ପୂର୍ତ୍ତ ବିଭାଗର ମୁଖ୍ଯଯନ୍ତ୍ରୀ ତହସିଲଦାର ସମେତ କାର୍ଯ୍ଯ କରୁଥିବା ସଂସ୍ଥାର ଅଧିକାରୀଙ୍କୁ ଜନସାଧାରଣଙ୍କ ଉପସ୍ଥିତିରେ ସାତ ଦିନ ଭିତରେ ମାଙ୍କ ଜମୀ ଚିହ୍ନଟ କରି ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଶେଷରେ ଖୁଜେନପାଲି ଠାରେ ନବନିର୍ମିତ କୁଲତା ସମାଜର ଗୃହର ଶୁଭ ଉଦଘାଟନ କରିଥିଲେ ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହ ଦେଓ । ଏହା ଆଗରୁ ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଭାନପୁର , ପ୍ରତାପ ରୁଦ୍ରପୁର, ଶିବତଲା, ଫୁଲଝରନ ଠାରେ ଗ୍ରାମ୍ଯ ଜଳଯୋଗାଣ ବିଭାଗ ତରଫରୁ ନବନିର୍ମିତ ପାନୀୟଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ମାନଙ୍କରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ ଉପସ୍ଥିତ ଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.