ଭୁବନେଶ୍ୱର ୨୬/୦୧: କଂଗ୍ରେସ ଭବନରେ ୭୬ ତମ ସାଧାରଣତନ୍ତ୍ର ଦିବସ ସମାରେହ ପାଳିତ। ଜାତୀୟ ପତାକା ଉତ୍ତୋଳନ କଲେ ବିଧାୟକ ରାମ ଚନ୍ଦ୍ର କାଡ଼ମ। ନେତା ଓ କର୍ମୀଙ୍କ ସମବେତ ଜାତୀୟଗାନରେ ପରିବେଶ ପ୍ରକମ୍ପିତ ହୋଇଥିଲା।  କଂଗ୍ରେସ ଭବନ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଗଣତନ୍ତ୍ର ଦିବସ ଅବସର‌ରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ବିଧାୟକ ରାମ ଚନ୍ଦ୍ର କାଡ଼ମ ସମ୍ବିଧାନକୁ ନେଇ ବିଜେପି ଓ ଆର୍‌ଏସ୍ଏସ୍‌କୁ ଟାର୍ଗେଟ କରିଥିଲେ। ସେ କହିଲେ ୭୬ ବର୍ଷ ପରେ ଆମେ ଦେଖିଛୁ ଆଜି ଅନେକ ବିକାଶ ଘଟିଛି। କିନ୍ତୁ ଯେଉଁମାନେ ଗଣତନ୍ତ୍ରକୁ ସ୍ବୀକାର କରୁନଥିଲେ ଆଜି ଭାରତ ବର୍ଷରେ ସେମାନଙ୍କ ଶାସନ ଗଢ଼ି ଉଠିଛି। ସମ୍ବିଧାନ ବିପନ୍ନ ହୋଇଛି। 

ସେ ଆହୁରି କହିଛନ୍ତି ସମ୍ବିଧାନ ଆମକୁ ଅନେକ ସୁବିଧା ସୁଯୋଗ ଦେଇଛି। କହିବାର ଅଧିକାର ଦେଇଛି। ଯେତେ ବିକାଶ ହେଇଛି ସମ୍ବିଧାନ ଭିତରେ ହୋଇଛି। ଆଜି ନ୍ୟାୟିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ସରକାର ହସ୍ତକ୍ଷେପ କରୁଛନ୍ତି। ସେମାନେ ସମ୍ବିଧାନକୁ ଅସମ୍ମାନ କରୁଛି। ଏବେ ସମ୍ବିଧାନ ବିପଦରେ ଅଛି । ସମସ୍ତେ ଏକ ହୋଇ ଲଢ଼ିବାର କରିବାକୁ  ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଛନ୍ତି ବିଧାୟକ।