ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

କଂଗ୍ରେସ ଭବନରେ ଗଣତନ୍ତ୍ର ଦିବସ ପାଳିତ, ଜାତୀୟ ପତାକା ଉତ୍ତୋଳନ କଲେ ବିଧାୟକ ରାମ ଚନ୍ଦ୍ର କାଡ଼ମ

Published By : Prameya | January 26, 2025 10:32 AM

ଭୁବନେଶ୍ୱର ୨୬/୦୧: କଂଗ୍ରେସ ଭବନରେ ୭୬ ତମ ସାଧାରଣତନ୍ତ୍ର ଦିବସ ସମାରେହ ପାଳିତ। ଜାତୀୟ ପତାକା ଉତ୍ତୋଳନ କଲେ ବିଧାୟକ ରାମ ଚନ୍ଦ୍ର କାଡ଼ମ। ନେତା ଓ କର୍ମୀଙ୍କ ସମବେତ ଜାତୀୟଗାନରେ ପରିବେଶ ପ୍ରକମ୍ପିତ ହୋଇଥିଲା।  କଂଗ୍ରେସ ଭବନ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଗଣତନ୍ତ୍ର ଦିବସ ଅବସର‌ରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ବିଧାୟକ ରାମ ଚନ୍ଦ୍ର କାଡ଼ମ ସମ୍ବିଧାନକୁ ନେଇ ବିଜେପି ଓ ଆର୍‌ଏସ୍ଏସ୍‌କୁ ଟାର୍ଗେଟ କରିଥିଲେ। ସେ କହିଲେ ୭୬ ବର୍ଷ ପରେ ଆମେ ଦେଖିଛୁ ଆଜି ଅନେକ ବିକାଶ ଘଟିଛି। କିନ୍ତୁ ଯେଉଁମାନେ ଗଣତନ୍ତ୍ରକୁ ସ୍ବୀକାର କରୁନଥିଲେ ଆଜି ଭାରତ ବର୍ଷରେ ସେମାନଙ୍କ ଶାସନ ଗଢ଼ି ଉଠିଛି। ସମ୍ବିଧାନ ବିପନ୍ନ ହୋଇଛି। 

ସେ ଆହୁରି କହିଛନ୍ତି ସମ୍ବିଧାନ ଆମକୁ ଅନେକ ସୁବିଧା ସୁଯୋଗ ଦେଇଛି। କହିବାର ଅଧିକାର ଦେଇଛି। ଯେତେ ବିକାଶ ହେଇଛି ସମ୍ବିଧାନ ଭିତରେ ହୋଇଛି। ଆଜି ନ୍ୟାୟିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ସରକାର ହସ୍ତକ୍ଷେପ କରୁଛନ୍ତି। ସେମାନେ ସମ୍ବିଧାନକୁ ଅସମ୍ମାନ କରୁଛି। ଏବେ ସମ୍ବିଧାନ ବିପଦରେ ଅଛି । ସମସ୍ତେ ଏକ ହୋଇ ଲଢ଼ିବାର କରିବାକୁ  ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଛନ୍ତି ବିଧାୟକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.