ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୨ ପଞ୍ଚାୟତ ପରିଦର୍ଶନ କଲେ ବିଧାୟକ

Published By : Harapriya Sethi | October 27, 2024 8:12 AM

ସୋର, ୨୭/୧୦: ବାତ୍ୟା ପରେ ଲଗାତାର ବର୍ଷା ବଢାଉଛି ଦୁଃଖ । ଲଗାଣ ବର୍ଷାରେ ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ । କୁରୁମାବାଙ୍କ ଗ୍ରାମର ୨୫ ପରିବାର ପାଣି ଘେରରେ । ସେମାନଙ୍କ ମଧ୍ୟରୁ ୧୦ ପରିବାର ଘରୁ ବାହାରିବା ସମ୍ଭବ ହେଉନାହିଁ । ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । 

କାଂଶବାଂଶ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନେଇ ଖବର ପାଇ ସାଜନପୁର ଓ କେଦାରପୁର ପଞ୍ଚାୟତ ପରିଦର୍ଶନ କଲେ ପ୍ରଶାସନ ବିଧାୟକ ମାଧବ ଧଡା, ବିଡିଓ ସତ୍ୟନାଥ ନାୟକ, ତହସିଲଦାର ସେକ ସଗୀର । ସେମାନଙ୍କ ସହ ଜଳସମ୍ପଦ ଏସଡିଓ ଅଜିତ ବେହେରା, କନିଷ୍ଠ ଯନ୍ତ୍ରୀ ପ୍ରଦୀପ ବେହେରା ଓ ସୁଚାରୁ କୁମାର ଜେନା, ଜିଲ୍ଲା ପରିଷଦ ଜୟରାମ ଦାସ, ସମିତି ସଭ୍ୟ ଅଶୋକ ନାୟକ ମଧ୍ୟ ଏହି ଦୁଇଟି ପଞ୍ଚାୟତ ପରିଦର୍ଶନ କରିଥିଲେ । ଏହି ଶମୟରେ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କ ସମସ୍ୟା ପଚାରି ବୁଝିଥଲେ । ପରିଦର୍ଶନ ପରେ ଦୁର୍ବଳ ଥିବା ବନ୍ଧରେ ବାଲିବସ୍ତା ପକାଇବା ପାଇଁ ବ୍ୟବସ୍ଥା ହୋଇଥିବା ଜଳସମ୍ପଦ ଏସଡିଓ କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.