ନୀଳଗିରି,୨୯/୧୧ : ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ୧୩ଗୋଟି ୱାର୍ଡ଼କୁ ନେଇ ୧୯୮୪ମସିହାରେ ଗଠିତ ନୀଳଗିରି ଏନଏସିରେ ଏବେ ଜନସଂଖ୍ୟା ବୃଦ୍ଧି ପାଇଛି । ପାରିପାର୍ଶ୍ବିକ ସ୍ଥିତି ପାଇଁ ଏହାକୁ ଏନଏସିରୁ ମ୍ୟୁନସିପାଲଟି କରିବାକୁ ବହୁ ବର୍ଷ ଧରି ଦାବି ହୋଇ ଆସୁଥିଲା । ପରେ ନୀଳଗିରି ବିଧାୟକ ଶ୍ରୀ ଖଟୁଆ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ପରେ ମନ୍ତ୍ରୀ ମଧ୍ୟ ଏହାକୁ ଗୁରୁତର ସହ ନେଇ ବିଭାଗକୁ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ । ପରେ ଅର୍ବାନ ବିଭାଗ ତରଫରୁ ଗତ ସବୁଜ ସଙ୍କେତ ଆସିଥିବାବେଳେ ଆସନ୍ତା ଡିସେମ୍ବର ମାସ ମ୍ୟୁନ୍ସିପାଲଟି ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେବେ ଏହି ଶୁଭ ଖବର ଗୋଟିଏ ପଟେ ନୀଳଗିରି ସହରବାସୀଙ୍କୁ ଆଣି ଦେଇଥିବାବେଳେ ପୁଣି ନୀଳଗିରି ବିଧାୟକ ଶ୍ରୀ ଖଟୁଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି ।

ପୂର୍ବରୁ ନୀଳଗିରିରେ ଟାଉନହଲ ନିର୍ମାଣ ପାଇଁ ସରକାର ୨କୋଟି ମଞ୍ଜୁର ହୋଇଥିବାବେଳେ ଅଡ଼ିଟୋରିଅମ ସହ ଟାଉନହଲ ନିର୍ମାଣ ପାଇଁ ୧୦କୋଟି ଟଙ୍କା ମଞ୍ଜୁର କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ଜଗନ୍ନାଥ ମନ୍ଦିର ପରିସରରେ ଉନ୍ନତିକରଣ ସହିତ ଅନ୍ୟ ମନ୍ଦିରର ଉନ୍ନତିକରଣ ପାଇଁ ୧୦କୋଟି ଟଙ୍କା ମଞ୍ଜୁର ପାଇଁ ପତ୍ର ପ୍ରଦାନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।