ସମ୍ବଲପୁର, ୨୮/୧୦: ସମ୍ବଲପୁର ସହରରେ ମୋ ବସ୍ ସେବା ବନ୍ଦ । ବିଭିନ୍ନ ଦାବିନେଇ ସୋମବାର ମୋ ବସ୍‌ ବନ୍ଦ ଡାକରା ଦେଇଛନ୍ତି ବସ୍‌ର କର୍ମଚାରୀଗଣ । ଅନେକ ସମୟରେ ଦରମା କାଟ ହେଉଥିବାରୁ ଧାରଣାରେ ବସିଲେ ମହିଳା କର୍ମଚାରୀ । ସମ୍ୱଲପୁର ସହରରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ସମ୍ୱଲପୁରରେ ସୋମବାର ମୋ ବସ୍  ବନ୍ଦ ଡାକରା ଦେଇଛନ୍ତି ବସ୍‌ର କର୍ମଚାରୀଗଣ । ବସ୍‌ରେ ପ୍ରବଳ ଭିଡ଼ ହେଉଥିବାରୁ ଟିକେଟ କାଟିବାକୁ ଅସୁବିଧା ସହ ଆହୁରି ଅନେକ ସମସ୍ୟା ସମାଧାନ ପାଇଁ ମୋ ବସ୍‌ ସେବା ବନ୍ଦ କରାଯାଇଛି । ଏହା ସହ ଅନେକ ସମୟରେ ଦରମା କାଟ ହେଉଥିବାରୁ ଧାରଣାରେ ବସିଛନ୍ତି ମହିଳା କର୍ମଚାରୀ । ଏହି ସମସ୍ତ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ମୋ ବସ୍‌ ସେବା ବନ୍ଦ ରହିବ ବୋଲି କର୍ମଚାରୀମାନେ କହିଛନ୍ତି ।