ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବାଂଲାଦେଶରେ ପୁଣି ହିଂସା ! ପ୍ରଦର୍ଶନକାରୀଙ୍କ ଟାର୍ଗେଟରେ ବାଟା, ପିଜା ହଟ୍ ଓ କେଏଫ୍‌ସି ଭଳି ଆଉଟଲେଟ୍

Published By : Harapriya Biswal | April 9, 2025 7:46 PM

ଢାକା,୯।୪: ବାଲାଂଦେଶରେ ପୁଣି ହିଂସା। ଏଥର ଏହି ହିଂସ୍ରକ ପ୍ରଦର୍ଶନ ରାଜଧାନୀ ଢାକା ସହ ଆଉ କିଛି ସହରରେ ଦେଖିବାକୁ ମିଳିଛି। ତେବେ ପ୍ରାୟ ୭ ମାସ ପୂର୍ବେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହୋଇଥିବା ପ୍ରଦର୍ଶନର ଅପେକ୍ଷା ଏହି ଆନ୍ଦୋଳନର ପ୍ରସଙ୍ଗ ଅଲଗା। ଏଥର ବାଂଲାଦେଶରେ ଅଶାନ୍ତି କାରଣ ଇସ୍ରାଏଲ,ଏହି କାରଣରୁ ସେ ଭଙ୍ଗାରୁଜା ଘଟଣା ମଧ୍ୟ ଦେଖିବାକୁ ମିଳିଛି। ଚର୍ଚ୍ଚା ହେଉଛି ଯେ, ବାଂଲାଦେଶରେ ବହୁ ଅନ୍ତର୍ଜାତୀୟ କମ୍ପାନୀର ଆଉଟଲେଟକୁ ଟାର୍ଗେଟ କରାଯାଇଛି।

ବାଂଲାଦେଶରେ ସୋମବାରଠାରୁ ଇସ୍ରାଏଲ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ଏହାର କାରଣ ହେଉଛି ଗାଜାରେ ଇସ୍ରାଏଲୀ ସେନାର ସାମରିକ ଅଭିଯାନ, ଯେଉଁଥିରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ଜୀବନ ଯାଇସାରିଛି। ଏହା ବିରୋଧରେ ବାଂଲାଦେଶରେ ଲୋକେ ସଡକରେ ପ୍ରଦର୍ଶନ କରୁଛନ୍ତି। କେବଳ ସେତିକି ନୁହେଁ, ଏହି ଲୋକେ ଇସ୍ରାଏଲ ସହ ଜଡିତ ଉତ୍ପାଦର ବୟକଟ୍‌ କରିବା ପାଇଁ ମଧ୍ୟ ସ୍ବର ଉଠାଇଛନ୍ତି।

ଇସ୍ରାଏଲୀ ଉତ୍ପାଦ ବିରୋଧରେ ଲୋକେ ଉଠାଇଛନ୍ତି ସ୍ବର। ଏହି କାରଣରୁ ଅନ୍ତର୍ଜାତୀୟ ବ୍ରାଣ୍ଡର  ଆଉଟଲେଟ୍‌ରେ ବିରୋଧ କ୍ରମେ ହିଂସାରେ ବଦଳି ଯାଇଥିଲା। ବିଶେଷ ଭାବରେ ଯୋତା ତିଆରି କରୁଥିବା କମ୍ପାନୀ ବାଟା, ଖାଦ୍ୟ-ପାନୀୟ କମ୍ପାନୀ କେଏଫ୍‌ସି ଓ ପିଜା ହଟ୍ ଭଳି ବ୍ରାଣ୍ଡ ଲୋକଙ୍କ ଅସନ୍ତୋଷର ସାମନା କରୁଛି। ଇସ୍ରାଏଲ ସହ ଜଡିତ ଥିବା ନେଇ ଆଶଙ୍କା କରି ଲୋକମାନେ ଏହି ହମଲା କରିଛନ୍ତି। ବାଂଲାଦେଶୀ ଖବରକାଗଜ ଢାକା ଟ୍ରିବ୍ୟୁନ୍‌ର ସୂଚନା ଅନୁସାରେ, ପ୍ରଦର୍ଶନ ବେଳେ ବହୁ ସ୍ଥାନରେ ଲୋକେ ହିଂସ୍ର ହୋଇ ପଡିଛନ୍ତି। ବହୁ ଷ୍ଟୋରରେ ସେମାନେ ଭଙ୍ଗାରୁଜା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.