ପ୍ରମୂଖ ଖବର
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପ୍ରାର୍ଥୀବ ଶରୀରର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମଡେଲ ସାନ୍‌ ରଚେଲଙ୍କ ଆତ୍ମହତ୍ୟା, ଘରୁ ମିଳିଲା ସୁଇସାଇଡ୍‌ ନୋଟ୍‌

Published By : Krishna Priya | July 15, 2025 8:42 AM

ନୂଆଦିଲ୍ଲୀ ୧୫/୦୭: ଲୋକପ୍ରିୟ ମଡେଲ ଓ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ସାନ୍‌ ରଚେଲ ଆତ୍ମହତ୍ୟା କରିଛନ୍ତି । ଗତ ବର୍ଷ ତାଙ୍କର ବିବାହ ହୋଇଥିଲା । ଗତ ରବିବାର ସେ ବାପାଙ୍କୁ ଭେଟିବାକୁ କରମନୀକୁପ୍ପମ ପହଞ୍ଚିଥିଲେ । ସେଠାରେ ସେ ମାତ୍ରାଧିକ ରକ୍ତଚାପ ଔଷଧ ସେବନ କରିଥିଲେ । ପରିବାର ସଦସ୍ୟ ତାଙ୍କୁ ଗମ୍ଭୀର ଅବସ୍ଥାରେ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ନେଲେ । ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା । ସ୍ଥିତିରେ ସୁଧାର ନ ହେବାରୁ ତାଙ୍କୁ ଜୱାହରଲାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟ୍‌ଗ୍ରାଜୁଏଟ୍‌ ମେଡିକାଲ ଏଜୁକେସନ୍‌ ଆଣ୍ଡ୍‌ ରିସର୍ଚ୍ଚକୁ ନିଆଗଲା  । ସେଠାରେ ତାଙ୍କର ମୃତ୍ୟୁ ହେଲା । 

ସୂଚନାଯୋଗ୍ୟ, ୨୦୨୨ରେ ସେ ମିସ୍‌ ପୁଡୁଚେରୀ ଟାଇଟଲ୍‌ ହାସଲ କରିଥିଲେ । ପୁଲିସ ସୂଚନା ଅନୁସାରେ, ସାନ୍‌ ରଚେଲ ଆର୍ଥିକ ସମସ୍ୟା ଓ ବ୍ୟକ୍ତିଗତ ଜୀବନରେ ଚାପ ଓ ଚିନ୍ତା ମଧ୍ୟରେ ଥିଲେ । କିଛି ଦିନ ତଳେ କ୍ୟାରିଅର ଆଗକୁ ବଢ଼ାଇବା ପାଇଁ ସେ ନିଜର କିଛି ଗହଣା ବିକ୍ରି କରିଥିବା କଥା ସାମ୍ନାକୁ ଆସିଛି । ପାଣ୍ଠି ବଢ଼ାଇବା ପାଇଁ ସେ ବାପାଙ୍କୁ ମଧ୍ୟ ଆର୍ଥିକ ସହାୟତା ମାଗିଥିଲେ । କିନ୍ତୁ ବାପା ତାଙ୍କୁ ଟଙ୍କା ଦେବାକୁ ମନା କରିଦେଲେ । ଏହା ପରେ ରଚେଲ ଆତ୍ମହତ୍ୟା କଲେ । 

ପୁଲିସ ରଚେଲଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ କରିଛି । ତେବେ, ଏଥିରେ ସେ କାହାକୁ ନିଜ ମୃତ୍ୟୁ ପାଇଁ ଦାୟୀ କରିନାହାନ୍ତି । ୨୬ ବର୍ଷୀୟା ରଚେଲ ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୯ରେ ମିସ୍‌ ଡାର୍କ କୁଇନ୍‌ ତାମିଲନାଡୁ ଟାଇଟଲ ହାସଲ କରିଥିଲେ । ତା’ପରେ ୨୦୨୨ରେ କୁଇନ୍‌ ଅଫ୍‌ ସାଡ୍ରାସ ସୁନ୍ଦରୀ ପ୍ରତିଯୋଗିତାର ବିଜେତା ହୋଇଥିଲେ । ସେହି ବର୍ଷ ସେ ମିସ୍‌ ଇଣ୍ଡିଆରେ ଭାଗ ନେଇଥିଲେ ଏବଂ ମିସ୍‌ ପୁଡୁଚେରୀ ଟାଇଟଲ ହାସଲ କରିଥିଲେ । ବର୍ତ୍ତମାନ ସେ ଜଣେ ମଡେଲିଂ କୋଚ୍‌ ଭାବେ କାମ କରୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.