ଭୁବନେଶ୍ୱର, ୨୧/୦୮: ଖୋର୍ଦ୍ଧା ରୋଡ୍‌  ଡିଭିଜନ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍‌-ପଲାସା ସେକ୍ସନ  ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ  ଜାରି ରହିଛି । ଏଥିଯୋଗୁ ଟ୍ରେନ୍‌ ଚଳାଚଳରେ ଅସ୍ଥାୟୀ ଭାବେ ପରିବର୍ତ୍ତନ କରାଯାଇଛି । ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ  ତିନୋଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବା ବେଳେ ୪ଟିର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ ହୋଇଛି । 

ଟ୍ରେନ  ନମ୍ବର ୬୮୪୧୯ ଭୁବନେଶ୍ୱର-ପଲାସା ମେମୁ  ପାସେଞ୍ଜର ଶନିବାର, ରବିବାର, ସୋମବାର ଏବଂ  ବୁଧବାର ବାତିଲ ରହିବ । ପଲାସା- ଭୁବନେଶ୍ୱର  ମେମୁ ପାସେଞ୍ଜର(ଟ୍ରେନ୍‌ ନଂ. ୬୮୪୨୦)କୁ ଆସନ୍ତା  ରବିବାର, ସୋମବାର, ମଙ୍ଗଳବାର ଏବଂ ଗୁରୁବାର  ବାତିଲ୍‌ କରାଯାଇଛି । ଭୁବନେଶ୍ୱର-ବ୍ରହ୍ରପୁର- ଭୁବନେଶ୍ୱର ମେମୁ ପାସେଞ୍ଜର ଶନିବାର, ରବିବାର,  ସୋମବାର ଏବଂ ବୁଧବାର ବାତିଲ ରହିବ । କଟକ-ପଲାସା ମେମୁ (୬୮୪୪୫) ଶନିବାର, ରବିବାର, ସୋମବାର ଏବଂ ବୁଧବାର ପଲାସା  ପରିବର୍ତ୍ତେ ଇଚ୍ଛାପୁରମ ପର୍ଯ୍ୟନ୍ତ ଚଳାଚଳ କରିବ । ଗୁଣୁପୁର-କଟକ ମେମୁ (୬୮୪୩୪) ରବିବାର, ସୋମବାର ମଙ୍ଗଳବାର ଏବଂ ଗୁରୁବାର ଗୁଣୁପୁର  ପରିବର୍ତ୍ତେ ଇଚ୍ଛାପୁରମରୁ ଯାତ୍ରା ଆରମ୍ଭ କରିବ ।  ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର (୫୮୫୩୧  ) ବୁଧବାର, ରବିବାର, ସୋମବାର ଏବଂ ଶନିବାର  ବ୍ରହ୍ମପୁର ପରିବର୍ତ୍ତେ ପଲାସାରୁ ଯାତ୍ରା ଆରମ୍ଭ କରିବ ।  ଏଥିସହ ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର  (୫୮୫୩୨) ମଙ୍ଗଳବାର, ଶନିବାର, ରବିବାର  ଏବଂ ଶୁକ୍ରବାର ବ୍ରହ୍ମପୁର ପରିବର୍ତ୍ତେ ପଲାସା ପର୍ଯ୍ୟନ୍ତ  ଚଳାଚଳ କରିବ।