ଭୁବନେଶ୍ୱର, ୨୧/୦୮: ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍-ପଲାସା ସେକ୍ସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି । ଏଥିଯୋଗୁ ଟ୍ରେନ୍ ଚଳାଚଳରେ ଅସ୍ଥାୟୀ ଭାବେ ପରିବର୍ତ୍ତନ କରାଯାଇଛି । ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ତିନୋଟି ଟ୍ରେନ୍କୁ ବାତିଲ୍ କରାଯାଇଥିବା ବେଳେ ୪ଟିର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ ହୋଇଛି ।
ଟ୍ରେନ ନମ୍ବର ୬୮୪୧୯ ଭୁବନେଶ୍ୱର-ପଲାସା ମେମୁ ପାସେଞ୍ଜର ଶନିବାର, ରବିବାର, ସୋମବାର ଏବଂ ବୁଧବାର ବାତିଲ ରହିବ । ପଲାସା- ଭୁବନେଶ୍ୱର ମେମୁ ପାସେଞ୍ଜର(ଟ୍ରେନ୍ ନଂ. ୬୮୪୨୦)କୁ ଆସନ୍ତା ରବିବାର, ସୋମବାର, ମଙ୍ଗଳବାର ଏବଂ ଗୁରୁବାର ବାତିଲ୍ କରାଯାଇଛି । ଭୁବନେଶ୍ୱର-ବ୍ରହ୍ରପୁର- ଭୁବନେଶ୍ୱର ମେମୁ ପାସେଞ୍ଜର ଶନିବାର, ରବିବାର, ସୋମବାର ଏବଂ ବୁଧବାର ବାତିଲ ରହିବ । କଟକ-ପଲାସା ମେମୁ (୬୮୪୪୫) ଶନିବାର, ରବିବାର, ସୋମବାର ଏବଂ ବୁଧବାର ପଲାସା ପରିବର୍ତ୍ତେ ଇଚ୍ଛାପୁରମ ପର୍ଯ୍ୟନ୍ତ ଚଳାଚଳ କରିବ । ଗୁଣୁପୁର-କଟକ ମେମୁ (୬୮୪୩୪) ରବିବାର, ସୋମବାର ମଙ୍ଗଳବାର ଏବଂ ଗୁରୁବାର ଗୁଣୁପୁର ପରିବର୍ତ୍ତେ ଇଚ୍ଛାପୁରମରୁ ଯାତ୍ରା ଆରମ୍ଭ କରିବ । ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର (୫୮୫୩୧ ) ବୁଧବାର, ରବିବାର, ସୋମବାର ଏବଂ ଶନିବାର ବ୍ରହ୍ମପୁର ପରିବର୍ତ୍ତେ ପଲାସାରୁ ଯାତ୍ରା ଆରମ୍ଭ କରିବ । ଏଥିସହ ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର (୫୮୫୩୨) ମଙ୍ଗଳବାର, ଶନିବାର, ରବିବାର ଏବଂ ଶୁକ୍ରବାର ବ୍ରହ୍ମପୁର ପରିବର୍ତ୍ତେ ପଲାସା ପର୍ଯ୍ୟନ୍ତ ଚଳାଚଳ କରିବ।