ନୂଆଦିଲ୍ଲୀ, ୧/୧ : ଭାରତ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକକୁ ନେଇ ତାଙ୍କ ପରିବାରକୁ କିଛି ବିକଳ୍ପ ଦେଇଛନ୍ତି । ଏହି ବିକଳ୍ପରେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ସମେତ କିଛି ଅନ୍ୟ ସ୍ଥାନର ନାଁ ସାମିଲ ଅଛି । ଯେଉଁଠାରେ ତାଙ୍କର ସ୍ମାରକ କରିବାର ସମ୍ଭାବନା ରହିଛି ।
ସରକାରୀ ସୂତ୍ର ଅନୁସାରେ ପରିବାର ତରଫରୁ ସ୍ମାରକ ସ୍ଥାନ ଚୟନ କରିବା ପରେ ଟ୍ରଷ୍ଟ କରିବାର ପ୍ରକ୍ରିୟାକୁ ପୂରା କରାଯିବ । ଏହି ଟ୍ରଷ୍ଟ ସ୍ମାରକ ନିର୍ମାଣର ଯୋଜନା ଏବଂ ଏହାପରେ ସବୁ ଗତି ବିଧିକୁ ଦେଖାରଖା କରିବ । ପରିବାର ତରଫରୁ ଏବେ ପର୍ଯ୍ୟନ୍ତ କୌଣସି ଖାସ୍ ସ୍ଥାନକୁ ନେଇ ନିଷ୍ପତ୍ତି ନିଆଯାଇ ନାହିଁ ।