ନୂଆଦିଲ୍ଲୀ : କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଛୋଟ ଛୋଟ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ କରୁଛନ୍ତି। ଏହି କ୍ରମରେ ସେ ଗତ ୧୦ ବର୍ଷରେ ଅନେକ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି। ଏହି ଅନୁସାରେ ,ଆପଣ କେବଳ ସ୍କିଲ୍‌ ଡେଭଲପମେଣ୍ଟ ପାଇଁ ସରକାରଙ୍କ ଠାରୁ ସାହାଯ୍ୟ ନେଇ ପାରିବେ ନାହିଁ , ଏହାସହ ଲୋନ୍‌ ପାଇଁ ମୁଦ୍ରା ଭଳି ଯୋଜନା ଗୁଡ଼ିକର ଲାଭ ଉଠାଇ ପାରିବେ। ଚଳିତ ଥର ସାଧାରଣ ବଜେଟ୍‌ରେ ସରକାର କ୍ରେଡିଟ୍‌ କାର୍ଡ ଲଞ୍ଚ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ଏଥିପାଇଁ କେଉଁ ଲୋକ ଆବେଦନ କରି ପାରିବେ, ଆସନ୍ତୁ ଜାଣିବା –

ଗତ ୧ଫେବ୍ରୁଆରୀରେ ସାଧାରଣ ବଜେଟ୍‌ ଉପସ୍ଥାପିତ କରି କେନ୍ଦ୍ରୀୟ ଅର୍ଥ ଏବଂ କର୍ପୋରେଟ୍‌ କାର୍ଯ୍ୟ ମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଘୋଷଣା କରିଛନ୍ତି। ସେ କହିଛନ୍ତି କି, ଆମେ ଉଦ୍ୟୋଗ ପୋର୍ଟାଲରେ ରେଜିଷ୍ଟର୍ଡ ମାଇକ୍ରୋ ଅର୍ଥାତ୍‌ କ୍ଷୁଦ୍ର ଉଦ୍ୟୋଗ ପାଇଁ ୫ ଲକ୍ଷ ଟଙ୍କାର ସୀମା ଥିବା ସ୍ୱତନ୍ତ୍ର କଷ୍ଟମାଇଜଡ୍‌ କ୍ରେଡିଟ୍‌ କାର୍ଡ ଆରମ୍ଭ କରିବୁ। ସେ ଆହୁରି କହିଛନ୍ତି କି, ପ୍ରଥମ ବର୍ଷରେ ୧୦ଲକ୍ଷ କାର୍ଡ ଜାରି କରାଯିବ।

କେମିତି ରେଜିଷ୍ଟ୍ରେସନ କରି ପାରିବେ – 

ଏଥିପାଇଁ ସର୍ବ ପ୍ରଥମେ ଉଦ୍ୟୋଗ ପୋର୍ଟଲ - msme.gov.inକୁ ଭିଜିଟ୍‌ କରନ୍ତୁ। ଏଠାରେ ଆପଣଙ୍କୁ ସେକ୍ସନ କ୍ୟୁଇକ୍‌ ଲିଙ୍କସ୍‌ ଉପରେ କ୍ଲିକ୍‌ କରିବାକୁ ହେବ। ଏହାପରେ ଆପଣଙ୍କୁ Udyam Registrationରେ କ୍ଲିକ୍‌ କରି ରେଜିଷ୍ଟ୍ରେସନ କରିବାକୁ ହେବ। ଏଠାରେ ଆପଣଙ୍କୁ ବିସ୍ତାର ଭାବେ ରେଜିଷ୍ଟ୍ରେସନ ପାଇଁ ଜରୁରୀ ଡକ୍ୟୁମେଣ୍ଟ ଓ ଏଲିଜିବିଲିଟି ବିଷୟରେ ସୂଚନା ବି ମିଳି ଯିବ। ଏହି ହିସାବରେ ରେଜିଷ୍ଟ୍ରେସନ କରାଇ ପାରିବେ। ରେଜିଷ୍ଟର୍ଡ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍‌ କାର୍ଡର ସୁବିଧା ରହିଛି।

ବଜେଟ୍‌ରେ ହୋଇଥିବା ଏହି ଘୋଷଣା – 

କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ଗୁଡ଼ିକ ପାଇଁ କ୍ରେଡିଟ୍‌ ଗାରେଣ୍ଟି କଭରକୁ ୫ରୋଟି ଟଙ୍କାରୁ ବଢାଇ ୧୦ କୋଟି ଟଙ୍କା କରି ଦିଆ ଯାଇଛି। ଯେଉଁଥିରେ ୫ ବର୍ଷରେ ୧.୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ କ୍ରେଡିଟ୍‌ ସମ୍ଭବ ହୋଇ ପାରିବ। ସେପଟ ୨୭ ପ୍ରାଥମିକତା ଥିବା କ୍ଷେତ୍ରରେ ଲୋନ୍‌ ପାଇଁ ୧ ପ୍ରତିଶତର କମ୍‌ ଶୁଳ୍କ ସହ ଷ୍ଟାର୍ଟଅପ୍‌ର ଗାରେଣ୍ଟି କଭର ,୧୦ କୋଟି ଟଙ୍କାରୁ ଦୁଇ ଗୁଣା ହୋଇ ୨୦ କୋଟି ଟଙ୍କା ହୋଇଯିବ।  ଏହା ବ୍ୟତୀତ ନିୟାମକ ଏମଏସଏମଇକୁ ବଢି ଥିବା ଗାରେଣ୍ଟି କଭର ସହ ୨୦ କୋଟି ଟଙ୍କା ଯାଏ ଟର୍ମ ଲୋନରେ ଲାଭ ମିଳିବ।