ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

PM Modi US Visit: ଟ୍ରମ୍ପଙ୍କ ଦ୍ୱିତୀୟ ପାଳିରେ ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ, ଆସନ୍ତା 13 ତାରିଖରେ ହୋଇପାରେ ଅନେକ ବିଶ୍ୱନେତାଙ୍କ ସହ ବୈଠକ...!

Published By : Bijay Swain | February 4, 2025 12:06 AM

Image courtesy: indiatoday

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ଜଲଦି ଆମେରିକା ଗସ୍ତରେ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ଆମେରିକା ସହ ଆଲୋଚନା କରାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ପିଏମ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆସନ୍ତା ଫେବୃଆରୀ ୧୩ ତାରିଖରେ ୱାଶିଂଟନରେ ଭେଟିବେ ବୋଲି ସୂଚନା ମିଳିଛି। 

ଟ୍ରମ୍ପ ନିଜର ଦ୍ୱିତୀୟ ପାଳି ପାଇଁ ଶପଥ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଦ୍ୱିପାକ୍ଷିକ ଆମେରିକୀୟ ଗସ୍ତ ହେବାକୁ ଯାଉଛି। ଏଥିସହ, ଟ୍ରମ୍ପ ଶାସନର ସପ୍ତାହକ ମଧ୍ୟରେ ବିଭିନ୍ନ ବିଶ୍ୱନେତାଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ପାଇଁ ୱାଶିଂଟନ୍ ଡିସିକୁ ଯାତ୍ରା କରିବାକୁ ଥିବା ବିଦେଶୀ ନେତାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନାମ ଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ପ୍ରଥମେ ତାଙ୍କ ଦୁଇ ଦିନିଆ ପ୍ୟାରିସଙ୍କ ଗସ୍ତ ଶେଷ କରିବା ପରେ ୱାଶିଂଟନ୍ ଗସ୍ତ କରିବେ ବୋଲି ଅଧିକାରୀ ମାନେ ସୂଚନା ପ୍ରଦାନ କରିଛନ୍ତି।

ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜସୱାଲ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ବଢେଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ପାଇଁ ଉଭୟଦେଶ ଚେଷ୍ଟା କରୁଛନ୍ତି। ତେବ ଗସ୍ତର ପ୍ରକୃତ ତାରିଖ ଏପର୍ଯ୍ୟନ୍ତ ଯାଏ ସ୍ଥିର ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ପରେ ଟେଲିଫୋନ ଯୋଗେ ଜାନୁଆରୀ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହ କଥା ହୋଇଥିଲେ। ବାଣିଜ୍ୟ, ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ଆମେରିକା ମଧ୍ୟରେ ସହଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇ ଉଭୟ ନେତା ଏକ ଦିଗରେ କାର୍ଯ୍ୟ କରିବାକୁ କଥା ହୋଇଥିଲେ।

ଆମେରିକା ସରକାରଙ୍କ ନିମନ୍ତ୍ରଣ କ୍ରମେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ତେବେ ସେ ଭାରତରୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଏକ ଚିଠି ନେଇ ଟ୍ରମ୍ପଙ୍କୁ ଦେଇଥିଲେ ବୋଲି ସୂଚନା ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.