ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ଦୀଘାକୁ ’ଜଗନ୍ନାଥ ଧାମ’ କୁହା ନ ଯାଉ, ମମତାଙ୍କୁ ଚିଠି ଲେଖିଲେ ମୋହନ

Published By : Prameya | May 6, 2025 11:02 PM

ଭୁବନେଶ୍ବର,୬।୫ : ଦୀଘାକୁ ‘ଜଗନ୍ନାଥ ଧାମ’ ନାମକରଣ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଚିଠିରେ  ଉଲ୍ଲେଖ କରିଛନ୍ତି ଯେ ‘ଜଗନ୍ନାଥ ଧାମ’ର ନାମ ପବିତ୍ର ଓ ସ୍ୱତନ୍ତ୍ର । ଏହି ନାମ ପୁରୀ ସହିତ ଜଡିତ ରହିଛି । ଏହି ନାମକୁ ଅନ୍ୟ କୌଣସି ମନ୍ଦିର କିମ୍ବା ସ୍ଥାନ ସହ ଯୋଡିବା ଠିକ ନୁହେଁ । ଏଭଳି କଲେ କୋଟି କୋଟି ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ପାଇବ । ଚାରି ଧାମରୁ ଶ୍ରେଷ୍ଠ ଧାମ ପୁରୀ । ସେଥିପାଇଁ  ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କୁହା ନ ଯାଉ ବୋଲି ଚିଠିରେ ଦର୍ଶାଇଛନ୍ତି । 

ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ଅଟେ ପୁରୀ। ପୁରୀ ଧାମ ସହ କୋଟି କୋଟି ଜନତାଙ୍କ ଭାବାବେଗ ଜଡିତ। ଦୀଘାକୁ ଜଗନ୍ନାଥ ଧାମ କୁହାଯାଇ ଶ୍ରଦ୍ଧାଳୁଙ୍କୁ ବିଭ୍ରାନ୍ତ କରା ନ ଯାଉ ବୋଲି  ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ଦୀଘାରେ ସଦ୍ୟ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର ସମ୍ପର୍କରେ "ଜଗନ୍ନାଥ ଧାମ" ନାମ ବ୍ୟବହାର ଉପରେ ପୁନଃବିଚାର କରନ୍ତୁ । "ଜଗନ୍ନାଥ ଧାମ" ଶବ୍ଦ ବ୍ୟବହାର କରିବାରୁ ନିବୃତ୍ତ ରହିବାକୁ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିଛନ୍ତି। ପଶ୍ଚିମବଙ୍ଗ ସରକାର ଏହି ପ୍ରସଙ୍ଗରେ ଆନ୍ତଃରାଜ୍ୟ ସମ୍ମାନ ଏବଂ ସାଂସ୍କୃତିକ ସମ୍ବେଦନଶୀଳତାର ଭାବନା ବଜାୟ ରଖିବେ ବୋଲି ଆଶା କରୁଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ଉପକୂଳବର୍ତ୍ତୀ ସହର ‘ଦୀଘା’ ଠାରେ ଜଗନ୍ନାଥ ମନ୍ଦିରକୁ ଧାମ କରାଯାଇଥିବା ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ଜଗନ୍ନାଥ ଧାମ ଘୋଷଣା କରିଥିବା ବେଳେ ସନାତନ ଧର୍ମ ଉପରେ ବିଶ୍ବାସ କରୁଥିବା ବ୍ୟକ୍ତି ବିଶେଷ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଛି।

 ଦୀଘାକୁ ଜଗନ୍ନାଥ ଧାମ କହିବା ନେଇ ଗଜପତି ମହାରାଜ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର। ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତୀ ବିଗ୍ରହଙ୍କର ଶାସ୍ତ୍ରୀୟ ଅନୁସାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ‘ଜଗନ୍ନାଥ  ଧାମ’ , ‘ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର’, ‘ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳ ଧାମ’ ଭାବରେ ନାମିତ କରାଯାଇ ପାରିବ ନାହିଁ। ତେଣୁ ଦୀଘାରେ କରାଯାଇଥିବା ଜଗନ୍ନାଥ ମନ୍ଦିରକୁ କିମ୍ବା ସ୍ଥାନକୁ ଶ୍ରୀ ଜଗନ୍ନାଥ ଧାମରେ ନାମିତ କରାଯାଇ ପାରିବ ନାହିଁ। ମୁକ୍ତିମଣ୍ଡପ ପଣ୍ଡିତ ସଭା ମତ ଅନୁସାରେ ଏହା ଉଲ୍ଲେଖ କରୁଛି। ଦୀଘାକୁ ‘ଜଗନ୍ନାଥ ଧାମ’ରେ  ନାମିତ କରିବାକୁ ନେଇ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏହି ମତ ରଖିଛନ୍ତି।

 ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି  କହିଛନ୍ତି, ପଶ୍ଚିମବଙ୍ଗ ଜଗନ୍ନାଥ ଧାମ କରିପାରିବ ନାହିଁ। ସେଠାରେ ଜଗନ୍ନାଥ ଧାମ କରିବାର କୌଣସି କାରଣ ନାହିଁ। ସେମାନେ ଜଗନ୍ନାଥ ଧାମ ବୋଲି କହିବାର କିଛି ଅଧିକାର ନାହିଁ। ପଶ୍ଚିମବଙ୍ଗ ରାଜନୈତିକ ଦୃଷ୍ଟିକୋଣରୁ କ’ଣ ଘଟୁଛି ତାହା ଭିନ୍ନ କଥା ହୋଇପାରେ। କିନ୍ତୁ ଆମ ସଂସ୍କୃତି, ଆମ ମନ୍ଦିର, ସୁରକ୍ଷା, ବ୍ୟବସ୍ଥା ସୁରକ୍ଷିତ ଅଛି ଓ ରହିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.