ନୂଆଦିଲ୍ଲୀ : ମହାକୁମ୍ଭମେଳାରେ ଭାଇରାଲ ହୋଇଥିବା ନୀଳନୟନା ମୋନାଲିସା ନିକଟରେ ଫରମାନଙ୍କୁ ବିବାହ କରିବା ପରେ ବିବାଦରେ ଫସିଛନ୍ତି । ଅନ୍ୟ ଧର୍ମରେ ବିବାହ କରିଥିବାବେଳେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି । ଏହାସହ ପରିବାର ଲୋକଙ୍କ ଅଭିଯୋଗ ସାଙ୍ଗକୁ ସୋସିଆଲ ମିଡିଆରେ ବିଭିନ୍ନ ଧମକ ମିଳୁଛି । ଏନେଇ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସ୍ବାମୀ ଫରମାନଙ୍କ ସହ ନିବେଦନ କରୁଥିବାର ଦେଖିବାକୁ ମିଳିଛନ୍ତି ମୋନାଲିସା ।
ସେ ନିଜର ଫେସବୁକରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି କି, ମୁଖ୍ୟମନ୍ତ୍ରୀ, ପୁଲିସ କମିଶନର ଏବଂ ଗଣମାଧ୍ୟମ ଏ ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ନିବେଦନ କରିଛନ୍ତି । ଦମ୍ପତି ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ସର୍ବସାଧାରଣରେ ହତ୍ୟା ଏବଂ ଅଙ୍ଗଚ୍ଛେଦ ପାଇଁ ଧମକ ଦିଆଯାଉଛି। ମୋନାଲିସା କହିଛନ୍ତି ଯେ ସେମାନେ ସେମାନଙ୍କ ସୁରକ୍ଷା ଦାବି କରି କର୍ତ୍ତୃପକ୍ଷଙ୍କୁ ଆନୁଷ୍ଠାନିକ ଭାବରେ ଚିଠି ଏବଂ ଇମେଲ୍ ପଠାଇଛନ୍ତି। ସେ ନିବେଦନ କରି କହିଛନ୍ତି କି, ଆମକୁ ସୁରକ୍ଷା ଦିଅନ୍ତୁ । ନହେଲେ ମାରିଦେବେ । ତେବେ ଏହି ଭିହିଓଟି ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ସେୟାର କରୁଛନ୍ତି ।
ଏହାସହ ପଢ଼ନ୍ତୁ : ଆଇପିଏଲ ୨୦୨୬ : ବାଦ୍ ପଡ଼ିଲେ କେକେଆରର ଏହି ଷ୍ଟାର ଖେଳାଳି