ଭୁବନେଶ୍ବର,୬।୫: ଚଳିତ ବର୍ଷ ଆଗୁଆ ଆସିପାରେ ମୌସୁମୀ। ମେ ୧୩ରେ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ   ଆଣ୍ଡାମାନ ଛୁଇଁବାର ସମ୍ଭାବନା ରହିଛି । ଏହା ସହ ଦକ୍ଷିଣ ଆଣ୍ଡାମାନ ଏବଂ  ଦକ୍ଷିଣ ବଙ୍ଗୋପସାଗର ଛୁଇଁବ।  ସେଭଳି ନିକୋବର ଦୀପପୁଞ୍ଜର କିଛି ଅଂଶ ମଧ୍ୟ ଛୁଇଁବାର ସମ୍ଭାବନା ଅଛି।  ମୌମସୁୀ ଅଗ୍ରସର ନେଇ ପାଗ ଅନୁକୂଳ ରହିଛି। ଏନେଇ ‘ଏକ୍ସ’ରେ ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ।

ଉଲ୍ଲେଖନୀୟ ଯେ, ସାଧାରଣତଃ ଜୁନ୍ ୧ ତାରିଖ ପାଖାପାଖି ମୌସୁମୀ କେରଳ ଅଭିମୁଖେ ଅଗ୍ରସର ହୁଏ ଏବଂ ଉତ୍ତର ଦିଗକୁ ଅଧିକ ଲହରୀରେ ଗତି କରେ ଏବଂ ପ୍ରାୟ ଜୁଲାଇ ୧୫ ତାରିଖ ସୁଦ୍ଧା ସମଗ୍ର  ଦେଶରେ ସକ୍ରିୟ ରୁହେ। କିନ୍ତୁ ଏହି ବର୍ଷ ଏହା ଦେଖାଯାଉଛି ଯେ ମୌସୁମୀ ଆଶାଠାରୁ ଶୀଘ୍ର ପହଞ୍ଚିବ।