ପ୍ରମୂଖ ଖବର
  • ବଢିଲା ଟ୍ରମ୍ପ-ମସ୍କ ଫାଟ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ

Published By : Ankita S | June 4, 2025 2:06 PM

ନୂଆଦିଲ୍ଲୀ,୦୪/୦୬: ଆସନ୍ତା ଜୁଲାଇ ୨୧ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଗଷ୍ଟ ୧୨ ଯାଏ ଚାଲିବ । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ଜୁଲାଇ ୨୧ରୁ ଅଗଷ୍ଟ ୧୨ ତାରିଖ ଯାଏ ସଂସଦର ଉଭୟ ଗୃହରେ ମୌସୁମୀ ଅଧିବେଶନ ଚାଲିବ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇପାରେ । ବିରୋଧୀ ଦଳ ଅପରେସନ ସିନ୍ଦୂର ଏବଂ ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଲଗାତାର ସ୍ୱତନ୍ତ୍ର ଅଧିବେଶନ ଦାବି କରି ଆସୁଛନ୍ତି । ଏହାରି ଭିତରେ ମୌସୁମୀ ଅଧିବେଶନ ନେଇ ତାରିଖ ସ୍ଥିର ହୋଇଛି । ଅପରେସନ୍ ସିନ୍ଦୂର ଉପରେ ବି ସରକାର ନିୟମ ଅନୁସାରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି କି,'' ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବା ସହ ଏହା ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତି ଚାଲିଛି । ସଂସଦକୁ ଶୃଙ୍ଖଳିତ ଭାବେ ଚଲାଇବାକୁ ସଂସଦୀୟ ମନ୍ତ୍ରୀ ବିରୋଧୀ ଦଳଙ୍କ ସହଯୋଗ ଲୋଡିଛନ୍ତି । ଏହି ଅଧିବେଶନ ସୂଚାରୁରୂପେ ଚାଲୁ ଓ ଦେଶହିତରେ ସକରାତ୍ମତ ଆଲୋଚନା ହେଉ ବୋଲି ସରକାର ଚାହାନ୍ତି ।''

ବୀମା ସଂଶୋଧନ ବିଲ୍ ପାରିତ ହୋଇପାରେ- ସଂସଦ ମୌସୁମୀ ଅଧିବେଶନରେ ବୀମା ସଂଶୋଧନ ବିଲ୍ ପାରିତ ହୋଇପାରେ । ବିଧେୟକରେ ବିମୀ କ୍ଷେତ୍ରରେ ଏଫଡିଆଇର ସୀମା ବୃଦ୍ଧି ହୋଇ ୧୦୦ପ୍ରତିଶତ କରିବାକୁ ପ୍ରସ୍ତୁତି ହେଉଛି । ବିଲ୍‌କୁ ସଂସଦରେ ମଞ୍ଜୁରୀ ମିଳିପାରେ । କ୍ୟାବିଟେନ ମଞ୍ଜୁରୀ ପରେ ବିଲ୍‌ ମନ୍ତ୍ରଣାଳୟରେ ଆର୍ଥିକ ସେବା ବିଭାଗ ବିଧେୟକକୁ ସଂସଦରେ ଉପସ୍ଥାପିତ କରିବାର ପ୍ରକ୍ରିୟା ଆରମ୍ଭ ହେବ । ଏହା ପୂର୍ବରୁ ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ହୋଇଥିଲା ।

କହି ରଖୁଛି କି, ଗତକାଲି (ଗତକାଲି) ମଙ୍ଗଳବାର ଇଣ୍ଡି ମେଣ୍ଟର ୧୬ ଜଣିଆ ରାଜନୈତିକ ଦଳ ମିଳିତ ବୈଠକ କରିଥିଲେ । ଏଥିରେ ପହଲଗାମ ଆତଙ୍କୀ ଆକ୍ରମଣ ଓ ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଏଥିରେ ଅପରେସନ୍ ସିନ୍ଦୂର ବାବଦରେ ଆଲୋଚନା କରିବା ପାଇଁ ବିରୋଧୀ ଦଳ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.