ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମେ ୨୭ରେ କେରଳ ଛୁଇଁବ ମୌସୁମୀ !

Published By : Rasmita Pradhan | May 10, 2025 1:30 PM

ଭୁବନେଶ୍ଵର, ୧୦/୦୫ : ତାତିରୁ ମିଳିବ ଆଶ୍ଵସ୍ତି। ଏଥର ସଅଳ ଆସିବ ମୌସୁମୀ। ଦେଶକୁ ଶୀଘ୍ର ମୌସୁମୀ ଛୁଇଁବା ସମ୍ଭାବନା। ମେ ୨୭ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବ। ତେବେ ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ। ଏନେଇ IMD ପକ୍ଷରୁ ଆକଳନ କରାଯାଇଛି। 

ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୧୮ରୁ ୧୯ ଭିତରେ ଆଣ୍ଡାମାନ ସାଗର ଛୁଇଁଥାଏ । ଜୁନ୍‌ ୧ ତାରିଖ ବେଳକୁ କେରଳ ପାଖରେ ଦେଶର ମୁଖ୍ୟ ଭୂଖଣ୍ଡକୁ ସ୍ପର୍ଶ କରେ । କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାକୁ ଅଗ୍ରସର ହୋଇଥାଏ ।

ଏହି ଖବରଟିକୁ ପଢନ୍ତୁ-ଶ୍ରୀମନ୍ଦିରର ୪ ଦ୍ୱାରରେ ସମସ୍ତ ଡିଏଫ୍‌ଏମ୍‌ଡି ଅଚଳ, ହାତ ମାରି ଯାଞ୍ଚ କରୁଛି ପୁଲିସ

ପାଣିପାଗ ବିଶେଷଜ୍ଞ ଏନେଇ ଏକ୍ସରେ ଲେଖିଛନ୍ତି ଯେ, ୨୦୨୪ ମସିହାରେ ମୌସୁମୀ ବାୟୁ ମେ’ ୩୦ ତାରିଖରେ କେରଳ ଛୁଇଁଥିବା ବେଳେ ୨୦୨୩ ମସିହାରେ ଜୁନ୍ ୮ ତାରିଖ, ୨୦୨୨ ମସିହାରେ ମେ’ ୨୯ ତାରିଖ, ୨୦୨୧ ମସିହାରେ ଜୁନ୍ ୩ ତାରିଖ, ୨୦୨୦ ମସିହାରେ ଜୁନ୍ ୧ ତାରିଖରେ କେରଳ ଛୁଇଁଥିଲା । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‌ମୌସୁମୀ ବାୟୁ ଆକଳନ ଅନୁଯାୟୀ ମେ ୨୭ରେ କେରଳ ଛୁଇଁବାର ସମ୍ଭାବନା ରହିଛି। 

ଏଥର ଦେଶକୁ ଶୀଘ୍ର ମୌସୁମୀ ଛୁଇଁବା ସମ୍ଭାବନା ରହିଛି। ରାଜ୍ୟରେ ଠିକ୍‌ ସମୟରେ ମୌସୁମୀ ବାୟୁ  ପହଞ୍ଚିବ । ମୌସୁମୀ ବର୍ଷା ପରିମାଣ ସ୍ୱାଭାବିକ ରହିବ । ଆଗାମୀ ଜୁନ୍‌ ମାସରେ  ବର୍ଷା ସ୍ୱାଭାବିକ ରହିବ । ଜୁଲାଇ ମାସ ଅଧାରୁ ଅଗଷ୍ଟ ମାସ ଅଧା ଯାଏ ବର୍ଷା କମିବ । ଅକ୍ଟୋବର ମାସରେ ବର୍ଷା ପରିମାଣ ଅଧିକ ରହିବ । ଏନେଇ ପୂର୍ବରୁ ଆକଳନ କରାଯାଇଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.