ବଲାଙ୍ଗୀର,୩୦/୦୭: ଅଜବ ବିଚାର । ବୃକ୍ଷ ରୋପଣ ଟାର୍ଗେଟ୍ ପୂରଣ ହେଲାନି ବୋଲି ଦରମା ବନ୍ଦ । ବଲାଙ୍ଗିର ଜିଲ୍ଲାର ୧୧ଜଣ ବିଇଓଙ୍କ ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ । 'ଏକ ପେଡ ମା’କେ ନାମ୍' ଯୋଜନରେ ବିଭିନ୍ନ ବ୍ଳକ୍ ଅନ୍ତର୍ଗତ ସ୍କୁଲ୍ ଗୁଡିକରେ ନିର୍ଦ୍ଧାରିତ ଗଛ ଲଗାଇବା କଥା । ହେଲେ ସେଠାରେ ଯେତିକି ଟାର୍ଗେଟ ଥିଲା, ସେତିକି ଗଛ ଲଗାଯାଇନି । ଯେଉଁଥି ପାଇଁ ବିଇଓମାନଙ୍କ ନିରୀକ୍ଷଣ ଅଭାବରୁ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଇଛି। ତେଣୁ ସମ୍ପୃକ୍ତ ବିଇଓମାନଙ୍କ ଜୁଲାଇ ମାସ ଦରମା ବନ୍ଦ ହୋଇଛି । ଏଥିରେ ବଲାଙ୍ଗୀର ଜିଲ୍ଲାର ଆଗଲପୁର, ସଇଁତଳା, ଟିଟିଲାଗଡ, ଦେଓଗାଁ, ଗୁଡ଼ଭେଲା, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା, ବେଲପଡା, ପାଟଣାଗଡ଼ ଓ ପୁଇଁତଳା ବ୍ଲକ ଶିକ୍ଷା ଅଧିକାରୀ ରହିଛନ୍ତି।

କାନଖୋଲି ଶୁଣିନିଅ...ମୋଦି-ଟ୍ରମ୍ପଙ୍କର ହୋଇନଥିଲା...