ଭୁବନେଶ୍ୱର,୩୦/୦୮:  ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀଙ୍କୁ ମିଳିଛି ଜାତୀୟ  ସ୍ୱୀକୃତି । ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ  ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି  ମୋହନ । ଅକ୍ଳାନ୍ତ ପରିଶ୍ରମ,  ନିଷ୍ଠା, ପ୍ରତିଶ୍ରୁତିବଦ୍ଧତା ଓ ବିଜେପି  ସରକାରର ଅଭିନବ ଯୋଜନାକୁ  ଦକ୍ଷତାର ସହ କାର୍ଯ୍ୟକାରୀ କରି ଏ  ସଫଳତା ସେ ପାଇଛନ୍ତି । ବହୁ ପୁରୁଖା  ଓ ଅଭିଜ୍ଞ ମୁଖ୍ୟମନ୍ତ୍ରୀଙ୍କୁ ପଛକୁ ଠେଲି  ୧୪ ମାସର ସରକାରର ମଙ୍ଗ ଧରିଥିବା  ଶ୍ରୀ ମାଝୀଙ୍କ ଦକ୍ଷତାକୁ ଲୋକ ପସନ୍ଦ  କରିଛନ୍ତି । ଜାତୀୟସ୍ତରର ଜଣାଶୁଣା  ପତ୍ରିକା ‘ଇଣ୍ଡିଆ ଟୁଡେ-ସିଭୋଟର’  ପକ୍ଷରୁ ‘ମୁଡ୍‌ ଅଫ ଦ ନେସନ’ ମିଳିତ ସର୍ଭେରେ ଦେଶର ବୃହତ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଆକଳନରେ ମୋହନ ବେଶ୍‌ ଆଗରେ ଅଛନ୍ତି ।

ସର୍ଭେ ଦର୍ଶାଇଛି, ଦକ୍ଷତା ଆଧାରରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଆସାମ  ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।  ଆସାମବାସୀ ତାଙ୍କବୃହତ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଆକଳନରେ  ମୋହନ ବେଶ୍‌ ଆଗରେ ଅଛନ୍ତି । ସର୍ଭେ ଦର୍ଶାଇଛି, ଦକ୍ଷତା ଆଧାରରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆସାମବାସୀ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତାକୁ ମୂଲ୍ୟାୟନ କରିଛନ୍ତି । ସର୍ଭେରେ ସାମିଲ ଲୋକଙ୍କ ମଧ୍ୟରୁ ୪୪.୬  ପ୍ରତିଶତ ହିମନ୍ତଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକଟ  କରିଛନ୍ତି । ଓଡ଼ିଶାର ଯେତିକି ଲୋକ ସର୍ଭେରେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ ୩୪.୨  ପ୍ରତିଶତ ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ଦକ୍ଷତା ଓ  କାର୍ଯ୍ୟକଳାପରେ ଖୁସି ଅଛନ୍ତି । ଅଭିଜ୍ଞ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ ମୋହନଙ୍କ ଠାରୁ ପଛରେ ଅଛନ୍ତି । ମମତା ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ନବମ ସ୍ଥାନରେ ରହିଛନ୍ତି । 

ଦେଶର ବଡ଼ ରାଜ୍ୟର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ  ଦ୍ୱିତୀୟ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ତୃତୀୟ ସ୍ଥାନ ମିଳିଛି । ୪ର୍ଥ  ସ୍ଥାନରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ  ପଟେଲ, ୫ମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଥିଲା ବେଳେ ୬ଷ୍ଠ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ୭ମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ  ଚନ୍ଦ୍ରବାବୁ ନାଇଡ଼ୁ ଏବଂ ୧୦ ସ୍ଥାନରେ ଅଛନ୍ତି ପଞ୍ଜାବ  ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ । 

୨୦୨୪ ନିର୍ବାଚନରେ ବିଜେପି ଅବିଶ୍ୱସନୀୟ  ସଫଳତା ପାଇ କ୍ଷମତାକୁ ଆସିଲା । ବିଜେପି  ହାଇକମାଣ୍ଡ ଭରସା କରି ମୁଖ୍ୟମନ୍ତ୍ରୀ ଭାର ମୋହନଙ୍କୁ ଦେଲେ । ପ୍ରଶାସନିକ ଅଭିଜ୍ଞତା ନଥାଇ  ମଧ୍ୟ ୧୪ ମାସ ମଧ୍ୟରେ ସରକାରକୁ ଲୋକଙ୍କ  ସରକାର ଓ ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ  ପରିଚିତ କରାଇବାରେ ସେ ସଫଳ ହୋଇଛନ୍ତି ।  ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ  ଶ୍ରୀ ମାଝୀ ଗୋଟିଏ ପରେ ଗୋଟିଏ କାର୍ଯ୍ୟକାରୀ  କରୁଛନ୍ତି । ସଂକଳ୍ପପତ୍ରର ପ୍ରତିଶ୍ରୁତି ଅନୁଯାୟୀ ଧାନ  ବିକ୍ରି ଉପରେ ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲରେ ଅଧିକ ୮୦୦ ଟଙ୍କା ଦେବା ସହ ରାଜ୍ୟର କୋଟିଏରୁ ଅଧିକ  ମହିଳାଙ୍କୁ ସୁଭଦ୍ରାର ୩ଟି କିସ୍ତି ମିଳି ସାରିଲାଣି ।  ରାଜ୍ୟକୁ ନିବେଶକଙ୍କୁ ଟାଣିବାରେ ମଧ୍ୟ ମୋହନ  ସରକାର ସଫଳ ହୋଇଛନ୍ତି । ଉତ୍କର୍ଷ ଓଡ଼ିଶା-ମେକ  ଇନ ଓଡ଼ିଶା କନକ୍ଲେଭରେ ରାଜ୍ୟକୁ ପ୍ରାୟ ୧୭ ଲକ୍ଷ  କୋଟିର ନିବେଶ ପ୍ରସ୍ତାବ ମିଳିଛି । ଏହା ୧୩ ଲକ୍ଷ  ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଗତ ୬-୭ ମାସ  ମଧ୍ୟରେ ୬୦ରୁ ଅଧିକ ଶିଳ୍ପ ସ୍ଥାପନ କରାଯାଇ ୧  ଲକ୍ଷ ୮୦ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି  ବିନିଯୋଗ ସହ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ  ସୃଷ୍ଟି ହୋଇଛି ।  

ମୋହନ ନିଯୁକ୍ତିକୁ ତ୍ୱରାନ୍ୱିତ କରିଥିଲା  ବେଳେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟିରେ ସକ୍ଷମ  ହୋଇଛନ୍ତି । ୧୪ ମାସରେ ୧୪ଟି ଜନଶୁଣାଣୀରେ  ୯୦ ପ୍ରତିଶତରୁ ଅଧିକ ଅଭିଯୋଗର ସମାଧାନ,  ଜାତୀୟ ଶିକ୍ଷା ନୀତି ଲାଗୁ କରିବା, ପ୍ରି-ସ୍କୁଲ ପିଲାଙ୍କ  ପାଇଁ ଶିଶୁ ବାଟିକା, ପିଏମଶ୍ରୀ ଓ ପିଏମ ଉଷା  ଯୋଜନା କାର୍ଯ୍ୟକାରୀ କରିବା, ଗୋଦାବରୀଶ ମିଶ୍ର  ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭଳି ଯୋଜନା ସେ ହାତକୁ ନେଇଛନ୍ତି । ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ  ହାସଲ ପାଇଁ ମଜଭୂତ ମୂଳଦୁଆ ପକାଇବା ପାଇଁ  ଆଗାମୀ ୫ ବର୍ଷରେ ୭୫ ହଜାର କିମି ଉଚ୍ଚମାନର  ସଡ଼କ ନିର୍ମାଣ, ଇଞ୍ଚୁଡି, ବାହୁଡା, ସୁବର୍ଣ୍ଣରେଖା ଓ  ଅସ୍ତରଙ୍ଗଠାରେ ଆଉ ୪ଟି ନୂତନ ବନ୍ଦର ନିର୍ମାଣ  କରିବାର ଲକ୍ଷ୍ୟ ରଖାଯାଇଛି । ଆଉ ୨୧ଟି ନୂତନ  ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ସ୍ଥାପନ  ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟରେ ୧୨ଟି ସରକାରୀ ମେଡିକାଲ କଲେଜ ଥିବାବେଳେ ଢେଙ୍କାନାଳ,  ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରଠାରେ  ସରକାରୀ ମେଡିକାଲ କଲେଜ ଖୋଲିବ । ନୂଆ  ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ଏ ଦକ୍ଷତା ଓ ଅଭିନବ  ଯୋଜନା ଜାତୀୟସ୍ତରରେ ମଧ୍ୟ ଆଣିଛି ଚର୍ଚ୍ଚା ।