ନୂଆଦିଲ୍ଲୀ: ବୁଲଡୋଜରରେ ବରଯାତ୍ରୀ । କେବଳ ବରଯାତ୍ରୀ ନୁହେଁ ବର ମଧ୍ୟ ବସିଛନ୍ତି । ସ୍ବାଗ୍ ଦେଖାଇ ସିଗାରେଟ ମଧ୍ୟ ଟାଣୁଛନ୍ତି ବର । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଉତ୍ତରପ୍ରଦେଶର ମୁରାଦାବାଦରୁ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ପୁଲିସ ଭିଡିଓ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ବର ଜଣକ ଏକ ଷ୍ଟାଇଲରେ ବସିଛନ୍ତି । ଆଉ ସେ ସର୍ବସମ୍ମୁଖରେ ସିଗାରେଟ୍ ଟାଣୁଛନ୍ତି । କେବଳ ଏତିକି ନୁହେଁ ବରଙ୍କ ସହ ୭ରୁ ୧୦ ଜଣ ପାଖାପାଖି ଉପରେ ଛିଡ଼ା ହୋଇଛନ୍ତି । ସେମାନେ ଖୁସିର ସହ ହ୍ୟାନ୍ସ କରୁଛନ୍ତି । ଯାହାକି ଏକପ୍ରକାର ଷ୍ଟଣ୍ଡ ଭଳି ଲାଗୁଛି । ସୁରକ୍ଷା ଦୃଷ୍ଟିରୁ କେହି ଏହାକୁ ବାରଣ କରିନଥିଲେ । ବରଂ ଏହାକୁ ଅଧିକ ପ୍ରୋତ୍ସାହିତ କରିବା ସହ ଖୁସି ମନାଉଛନ୍ତି ।

ସୋସିଆଲ ମିଡିଆରେ ଭିଡିଓଟି ନିଆଁ ଭଳି ବ୍ୟାପିବା ପରେ ସ୍ଥାନୀୟ ପୁଲିସ ଷ୍ଟେସନ ଆକ୍ଟିଭ୍ ହୋଇଛି । ଜେସିବିକୁ ଚିହ୍ନଟ କରିଥିବାବେଳେ ଆଇନ ଅନୁସାରେ ଚାଲାଣ କଟାଯିବ ବୋଲି ଇନ୍ସିପେକ୍ଟର କହିଛନ୍ତି । ଚଳନ୍ତା ବୁଲଡୋଜରରେ ଏଭଳି ପଟୁଆର କରାଯାଉଥିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଥିଲା । ଆଉ ଏହାପରେ ପୁଲିସ ଭାଇରାଲ ଭିଡିଓ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ଏହାସହ ପଢ଼ନ୍ତୁ: Dhanashree Verma: କମେଡିଆନଙ୍କ ସହ ଧନଶ୍ରୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ...