ଭୁବନେଶ୍ୱର,୧୦/୦୬: ଏକାଧିକ  ହାଜତ ମୃତ୍ୟୁ, ଭିଡ଼ ହିଂସା, ଥାନାରେ  କଏଦୀଙ୍କୁ "ଥାର୍ଡ ଡିଗ୍ରୀ' ଭଳି ଅଘଟଣ ପାଇଁ ପୁଲିସ ବିବାଦୀୟ ହୋଇପଡିଛି ।  ଅପରାଧୀମାନେ ଖୁଲମଖୁଲା ଆଇନକୁ ହାତକୁ ନେଉଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟୟ ସ୍ଥିତି ସହ ପୁଲିସର ଆଚରଣ ଓ ଦୋଷ ଦୁର୍ବଳତା ପଦାରେ ପଡ଼ିବା ପରେ ରାଜ୍ୟ ପୁଲିସର ଚେତା ପଶିଛି ।

ଏଣିକି ଅପରାଧପ୍ରବଣ ୧୭ଟି ଜିଲ୍ଲାକୁ ଜଗିବେ ୧୫ ବରିଷ୍ଠ ଆଇପିଏସ୍‌ । ନିଜ ନିଜ ଜିଲ୍ଲାର ଅପରାଧସ୍ଥିତିର ସ୍ୱତନ୍ତ୍ର ନିରୀକ୍ଷଣ କରିବେ । ଆଇନଶୃଙ୍ଖଳା ବ୍ୟବସ୍ଥାକୁ ତନ୍ନତନ୍ନ କରି ତଦାରଖ କରିବେ । ଆସନ୍ତା ଜୁଲାଇ ପହିଲାରୁ ଏହି ବ୍ୟାପକ ସମୀକ୍ଷା  ଓ ଯାଞ୍ଚ ପ୍ରକ୍ରିୟା କରିବା ପାଇଁ ସମ୍ପୃକ୍ତ ଆଇପିଏସ୍‌ଙ୍କୁ ନିର୍ଦ୍ଦେଶ  ଦିଆଯାଇଛି ।  

ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ବାର୍ଷିକ ବ୍ଲକ ନିରୀକ୍ଷଣ  କାର୍ଯ୍ୟକ୍ରମ-୨୦୨୬ ଅନ୍ତର୍ଗତ ପୁଲିସ ଡିଜି ପାହ୍ୟାରୁ ଆରମ୍ଭ  ଆଇଜି ପାହ୍ୟା ପର୍ଯ୍ୟନ୍ତ ୧୫ଜଣ ବରିଷ୍ଠ ଆଇପିଏସଙ୍କୁ  ବଛାଯାଇଛି । ସମ୍ପୃକ୍ତ ଆଇପିଏସ୍‌ ଅଫିସରମାନେ ନିଜ ନିଜ  ଜିଲ୍ଲାକୁ ଗସ୍ତ କରି ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି,  ଅପରାଧ ନିୟନ୍ତ୍ରଣ, ପୁଲିସ ଥାନାର କାର୍ଯ୍ୟକାରିତା, ଜିଲ୍ଲା  ପୁଲିସ କାର୍ଯ୍ୟାଳୟ, ସଂରକ୍ଷିତ କାର୍ଯ୍ୟାଳୟ ଓ ସାମଗ୍ରିକ ପୁଲିସ  ପରିଚାଳନାର ତଦାରଖ କରିବେ । ଆଇପିଏସ୍‌ମାନେ ସେମାନଙ୍କ  ଜିଲ୍ଲା ଗସ୍ତର ୧୫ଦିନ ମଧ୍ୟରେ ନିରୀକ୍ଷଣ ସାରି ନିଜର ସମୀକ୍ଷା  ରିପୋର୍ଟ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି । 

ଅଧିକ ପଢ଼ନ୍ତୁ :- Police Video Viral: ଭଦ୍ରକ ପୁଲିସର ଦାଦାଗିରି ଭିଡିଓ ଭାଇରାଲ, ରକ୍ତ ଜୁଡ଼ୁବୁଡ଼ୁ ଯୁବକଙ୍କୁ ପିସିଆର୍‌ରେ ନେଲେନି, ଆହତଙ୍କଠୁ ଟଙ୍କା ଆଦାୟ ଅଭିଯୋଗ