ପ୍ରମୂଖ ଖବର
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଯୁଦ୍ଧ ନାଁରେ ଭୟଭୀତ ପାକିସ୍ତାନ, ପିଓକେର ୧୦୦୦ରୁ ଅଧିକ ମଦ୍ରାସା କଲା ବନ୍ଦ

Published By : Prameya | May 1, 2025 7:48 PM

ନୂଆଦିଲ୍ଲୀ,୧।୫: ପହଲଗାମ୍ ଆକ୍ରମଣ ପରେ ଭାରତ ସୀମାପାର ଆତଙ୍କବାଦ ଉପରେ ପାକିସ୍ତାନକୁ କଡା ଚେତାବନୀ ଦେଇଛି। ଏଥର ଭାରତ ପାକିସ୍ତାନକୁ ଜବାବ ଦେବା ପାଇଁ ଗୋଟିଏ ପରେ ଗୋଟିଏ ଆକ୍ସନ ନେଇଛି। ଏହା ଭିତରେ ଗୁରୁବାର ଭାରତୀୟ ନୌସେନା ଆରବ ସାଗରରେ ନିଜର ଅଭିଯାନକୁ ଦ୍ରୁତ କରିଛି। ଏହା ପୂର୍ବରୁ ଭାରତୀୟ ବାୟୁସେନା ମଧ୍ୟ ରାଫେଇ ଓ ସୁଖୋଇ ବିମାନ ସହ ‘ଆକ୍ରମକ’ ଅଭ୍ୟାସ କରି ପାକିସ୍ତାନର ନିଦ ଉଡାଇ ଦେଇଥିଲା। ଭାରତର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ପାକିସ୍ତାନକୁ ଭାରତ ପକ୍ଷରୁ କେବେ ବି ଆକ୍ରମଣର ଭୟ ରହିଛି। ଏହି ଭୟ ଦ୍ବାରା ପାକ୍ ଅଧିକୃତ ପାକିସ୍ତାନରେ ହଜାରେରୁ ଅଧିକ ମଦ୍ରାସାକୁ ବନ୍ଦ କରିଦେଇଛି।

ଖବର ଅନୁସାରେ, ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଅଧିକାରୀମାନେ ଗୁରୁବାର ମଦ୍ରାସାକୁ ବନ୍ଦ ରଖିବାର ନିର୍ଦେଶ ଦିଆଯାଇଛି। ପିଓକେର ଧାର୍ମିକ ମାମଲାର ବିଭାଗ ମୁଖ୍ୟ ହାଫିଜ ନଜିର ଅହମ୍ମଦ କହିଛନ୍ତି, ସ୍କୁଲ ଛୁଟିର ଘୋଷଣା କରି ଦିଆଯାଇଛି। ହାଫିଜ୍ ନଜିର କହିଛନ୍ତି, ଆମେ କାଶ୍ମୀରରେ ସବୁ ମଦ୍ରାସା ପାଇଁ ୧୦ ଦିନର ଛୁଟିର ଘୋଷଣା କରିଛି।’

ଏଏଫ୍‌ପି ନିଜର ଏକ ରିପୋର୍ଟରେ କହିଛି ବିଭାଗର ସୁତ୍ର ଅନୁଦାରେ, ଏହି ନିଷ୍ପତ୍ତି ସୀମାରେ ବିବାଦ ଓ ଯୁଦ୍ଧର ସମ୍ଭାବନାକୁ ଦେଖି ନିଆଯାଇଛି। କେବଳ ସେତିକି ନୁହେଁ ପାକିସ୍ତାନର ବହୁ ଜିଲ୍ଲାରେ ମଧ୍ୟ ବିପଦର ସ୍ଥିତି ରହିଛି। ମୁଜଫରାବାଦରେ ଏମର୍ଜେନ୍ସି କର୍ମଚାରୀଙ୍କୁ ଆର୍ଲଟ ରହିବାକୁ ନିର୍ଦେଶ ଦିଆଯାଇଛି। ସେଭଳି କର୍ମଚାରୀ ସ୍କୁଲ ପିଲାଙ୍କୁ ଏହି ପ୍ରଶିକ୍ଷଣ ମଧ୍ୟ ଦେଛନ୍ତି ଯେ, ଯଦି ଭାରତ ଆକ୍ରମଣ କରେ ତେବେ କ’ଣ କରିବାର ଅଛି। ଏହା ଭିତରେ ପାକିସ୍ତାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ଆଗରେ ସାହାଯ୍ୟ ମାଗିବାକୁ ମଧ୍ୟ ପହଁଞ୍ଚି ଯାଇଥିଲେ। ଆମେରିକାରେ ଥିବା ପାକିସ୍ତାନର ରାଷ୍ଟ୍ରଦୂତ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ଆଗରେ ଭାରତ ସହ ବିବାଦ କମ୍ କରିବାକୁ ସାହାଯ୍ୟ କରିବାକୁ କହିଛି। ଏହା ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ରୁବିୟୋ ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍‌ଙ୍କ ସହ ଆଲୋଚନା କରିଛନ୍ତି।  ଆମେରିକା ବୈଦେଶିକ ମନ୍ତ୍ରୀ ପହଲଗାମ୍ ଆତଙ୍କୀ ହମଲାର କଡା ନିନ୍ଦା କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.