କେନ୍ଦୁଝର, ୨୮/୧୦ : କୂଅରେ ଖସି ପଡ଼ିଲେ ୨୦ରୁ ଉର୍ଦ୍ଧ୍ଵ ବାରହା। କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତର ଭଗାମୁଣ୍ଡା ଗ୍ରାମରେ ଏହି ଘଟଣା ଘଟିଛି। ଖବର ପାଇ ବନ ବିଭାଗ ବାରହା ଗୁଡ଼ିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛି।

ସୂଚନାନୁଯାୟୀ, ରବିବାର ରାତିରେ ଏକ ବାରହା ପଲ ଜୁଙ୍ଗା ପଞ୍ଚାୟତର ଭଗାମୁଣ୍ଡା ଗ୍ରାମକୁ ଧାନ ଖାଇବାକୁ ଆସିଥିଲେ। ଭୋର ସମୟରେ ବାରହାପଲ ଜଙ୍ଗଲକୁ ଫେରୁଥିବା ବେଳେ ଏକ ପରିତ୍ୟକ୍ତ କୂଅରେ ଖସି ପଡିଥିଲେ। ସୋମବାର ସକାଳୁ ଗାଁ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାରହାପଲଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛି।