ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର

Published By : Harapriya Sethi | March 3, 2025 12:34 PM

ଭୁବନେଶ୍ୱର,୦୩/୦୩: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲେ ମାଫିଆ । ଖବର ପାଇ ମାଡ଼ି ବସିଲା ପୋଲିସ । ଜଙ୍ଗଲରେ ୩୫ କୁଇଣ୍ଟାଲ୍ ୨୪ କେଜି ଗଞ୍ଜେଇ ସହ ନଗଦ ୧ ଲକ୍ଷ ୮୮ ହଜାର ଟଙ୍କା ଛାଡ଼ି ଫେରାର ହେଲେ ମାଫିଆ । ସମସ୍ତ ଗଞ୍ଜେଇ ଏବଂ ନଗଦ ଟଙ୍କା ଜବତ କଲା ଆଦର୍ଶ ଥାନା ପୋଲିସ । ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ସୂର୍ଯ୍ୟଲତା ଓ ଦେଓଗାଁ ମଝିରେ ଥିବା ଜଙ୍ଗଲରେ ଏଭଳି ଘଟଣା ଘଟିଛି ।  

ସୂଚନା ମୁତାବକ, ଆଦର୍ଶ ଥାନା ଅନ୍ତର୍ଗତ ସୂର୍ଯ୍ୟଲତା ଓ ଦେଓଗାଁ ମଝିରେ ଥିବା ଜଙ୍ଗଲରେ ଗଞ୍ଜେଇ ମାଫିଆ ମାନେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିଲେ । ଏନେଇ ଆଦର୍ଶ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ତେବେ ଚଢାଉ ସମୟରେ ପୋଲିସକୁ ଦେଖି ମାଫିଆ ମାନେ ସେଠାରୁ ଫେରାର ମାରିଥିବା ବେଳେ ପୋଲିସ ଗଞ୍ଜେଇ ଗୁଡ଼ିକୁ ଜବତ କରିଥିଲା । ତେବେ ଗଞ୍ଜେଇ ନିକଟରେ ଏକ ପଲିଥିନରେ କିଛି ଟଙ୍କା ଥିବା ମଧ୍ୟ ପୋଲିସ ଦେଖିବାକୁ ପାଇଥିଲା। ଉକ୍ତ ପଲିଥିନ୍‌ରେ ୧ ଲକ୍ଷ ୮୮ ହଜାର ନଗଦ ଟଙ୍କା ଥିଲା । ସମସ୍ତ ଟଙ୍କାକୁ ଜବତ କରିବା ସହ ଜବତ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଓଜନ କରିଥିବା ବେଳେ ତାହା ୩୫ କୁଇଣ୍ଟାଲ୍ ୨୪ କେଜି ଥିବା ଜଣାପଡିଛି । ଟଙ୍କା ଓ ଗଞ୍ଜେଇ ଛାଡ଼ି ମାଫିଆ ମାନେ ସେଠାରୁ ଫେରାର ହୋଇଯାଇଥିବା ବେଳେ ଆଦର୍ଶ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.