- ରୁଷ୍ ଉପରେ ଦୋଷ ଲଢିଲେ ଜେଲେନସ୍କି
- ରୁଷ୍ ହିଁ ଯୁଦ୍ଧକୁ ବାରମ୍ୱାର ଲମ୍ୱାଇ ଚାଲିଛି
- ୟୁକ୍ରେନର ଲକ୍ଷ ଲକ୍ଷ ପରିବାର ସମସ୍ୟାରେ
- ୟୁକ୍ରେନ କୂଟନୀତିକ ଭାବେ ଶାନ୍ତି ଚାହୁଁଛି କହିଲେ ଜେଲେନସ୍କି
ନୂଆଦିଲ୍ଲୀ : ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ରବିବାର ରୁଷିଆ ଆକ୍ରମଣ ମଧ୍ୟରେ ଗୁରୁତର ଚେତାବନୀ ଦେଇଛନ୍ତି। ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ରୁଷ୍ ଲଗାତାର କରୁଥିବା ହମଲାରେ , ଲକ୍ଷ ଲକ୍ଷ ପରିବାର ବିଦ୍ୟୁତ୍ , ଉତ୍ତାପ ଓ ପାଣି ଭଳି ମୌଳିକ ସୁବିଧା ଗୁଡ଼ିକରୁ ବଞ୍ଚିତ ହୋଇଛନ୍ତି। ସେ ଆହୁରି କହିଛନ୍ତି- ଏସବୁ ଏମିତି ସମୟରେ ହେଉଛି, ଯେବେ କିଭ୍ ଯୁଦ୍ଧ ବନ୍ଦ କରିବାର ଉଦ୍ଦେଶ୍ୟରେ ଆମେରିକା ଓ ୟୁରୋପୀୟ ପାର୍ଟନରସିପ୍ ସହ ଗୁରୁତ୍ତ୍ୱପୂର୍ଣ୍ଣ କୂଟନୀତିକ ବାର୍ତ୍ତାର ପ୍ରସ୍ତୁତି କରୁଛି। ସୋସିଆଲ ମିଡ଼ିଆ ପୋଷ୍ଟରେ ଜେଲେନସ୍କି କହିଛନ୍ତି ଯେ, ରୁଷୀୟ ହମଲା ପରେ ମୌଳିକ ସେବା ଗୁଡ଼ିକର ପୁନରୁଦ୍ଧାର ପାଇଁ ୟୁକ୍ରେନୀ ଜରୁରିକାଳୀନ ଓ ଉପଯୋଗିତା ସେବା ଲଗାତାର କାମ କରୁଛନ୍ତି।
ଏହାସହ ମଧ୍ୟ ପଢନ୍ତୁ : ମୋ ପୋଷ୍ଟର ରିଚ୍ ବଢାଇ ଦିଅ ... ଜେଲ୍ରେ ବନ୍ଦୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ଏଲନ ମସ୍କଙ୍କୁ କଲେ ଅନୁରୋଧ
ଜେଲେନସ୍କି ମରାମତି କାର୍ଯ୍ୟରେ ଲାଗିଥିବା କର୍ମୀଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ, ସ୍ଥିତି ଏବେ ବି କଠିନ ଅଛି। ମାୟକୋଲାଇଭ୍, ଓଡେସା , ଖେରସୋନ୍, ଚେର୍ନିହିଭ୍, ଡୋନେଟସ୍କ, ସୁମୀ ଓ ଡନିପ୍ରୋ ଅଞ୍ଚଳରେ ଲକ୍ଷ ଲକ୍ଷ ପରିବାର ଏବେ ବି ବିଜୁଳି ବିନା ଜୀବନ ବିତାଉଛନ୍ତି। ଜେଲେନସ୍କି ଆହୁରି କହିଛନ୍ତି ଯେ, ରୁଷୀୟ ଆକ୍ରମଣ ସାରା ରାତି ଜାରି ରହିଛି, ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି। ସେ କହିଛନ୍ତି ଯେ, ରୁଷୀୟ ଯୁଦ୍ଧକୁ ଅଧିକ ଟାଣୁଛନ୍ତି ଏବଂ ଆମ ଲୋକଙ୍କର ସର୍ବାଧିକ କ୍ଷତି କରୁଛନ୍ତି। ୟୁକ୍ରେନର ରାଷ୍ଟ୍ରପତିଙ୍କ ଅନୁସାରେ , ରୁଷ୍ ଚଳିତ ସପ୍ତାହରେ ୟୁକ୍ରେନ ଉପରେ ୧୫୦୦ରୁ ଅଧିକ ଆକ୍ରମଣକାରୀ ଡ୍ରୋନ୍ , ପାଖାପାଖି ୯୦୦ ଏୟାର ବୋମା ଓ ବିଭିନ୍ନ ପ୍ରକାରର ୪୬ଟି ମିସାଇଲ ମାଡ଼ି କରିଛି।
ଜେଲେନସ୍କି ଆହୁରି କହିଛନ୍ତି , ଲଗାତାର ହମଲା ସତ୍ତ୍ୱେ ୟୁକ୍ରେନ କୂଟନୀତି ମାଧ୍ୟମରେ ଶାନ୍ତି ସ୍ଥାପିତ କରିବା ପାଇଁ ପ୍ରତିବଦ୍ଧ। ସେ କହିଛନ୍ତି , ୟକ୍ରେନକୁ ସମ୍ମାନଜନକ ସର୍ତ୍ତ ଗୁଡ଼ିକରେ ଶାନ୍ତି ଦରକାର ଏବଂ ଆମେ ଯଥାସମ୍ଭବ ରଚନାତ୍ମକ ଭାବେ କାମ କରିବାକୁ ପ୍ରସ୍ତୁତ। ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ କୂଟନୀତିକ ପ୍ରୟାସ ଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ ହେବ। ଏଥିରୁ ପରିଣାମ ପ୍ରାପ୍ତ ହେବା ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ।
ଏହା ପୂର୍ବରୁ ଜେଲେନସ୍କି କହିଥିଲେ ଯେ, ୟୁକ୍ରେନ ଆଗାମୀ ଦିନରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଓ ୟୁରୋପୀୟ ଦେଶ ଗୁଡ଼ିକ ସହ ଉଚ୍ଚ ସ୍ତରୀୟ ବୈଠକର ଶୃଙ୍ଖଳାକୁ ପ୍ରସ୍ତୁତ କରୁଛି, ଯେଉଁଥିରେ ବର୍ଲିନ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାର ଆୟୋଜନ କରିବ। ସେ କହିଛନ୍ତି , ଆମେ ଆମେରିକୀୟ ପକ୍ଷ ଓ ୟୁରୋପୀୟ ମିତ୍ରଙ୍କ ସହ ବୈଠକର ପ୍ରସ୍ତୁତି କରୁଛୁ। ବର୍ଲିନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ।