ପ୍ରମୂଖ ଖବର
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କସରତ: ୪ରେ ବିଧାୟକ ଦଳ ବୈଠକ ପରେ ନାମ ଘୋଷଣା, ୫ରେ ଶପଥ ସମାରୋହ
  • ||
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ପ୍ରାତଃରେ ପାର୍କ ଓ ନିରୋଳା ରାସ୍ତାରେ ଜମୁଛି ଭିଡ଼: ବ୍ୟାୟାମ ସାଙ୍ଗକୁ ବନ୍ଧୁତା, ଖାଦ୍ୟର ମଜା ନେଉଛନ୍ତି ଲୋକେ

ଭୁବନେଶ୍ୱର,୩୦/୧୧: ରାତି ପାହିନାହିଁ । ସୂର୍ଯ୍ୟୋଦୟ ହୋଇନାହିଁ । ହେଲେ ସମସ୍ତେ ମୁହାଁଉଛନ୍ତି ପାର୍କ କିମ୍ବା ନିରୋଳା ରାସ୍ତା ଆଡ଼କୁ । ସେଠାରେ ପହଞ୍ଚିବା କ୍ଷଣି କିଏ ଦୌଡ଼ୁଛନ୍ତି ତ କିଏ ବ୍ୟାୟାମ କରୁଛନ୍ତି । ଆଉ କିଏ ପିଣ୍ଡି ଉପରେ ବସି ଯୋଗାସନ କରୁଛନ୍ତି । କେବଳ ସେତିକି ନୁହେଁ, ବ୍ୟାୟାମ ସରିଲା ପରେ ରାଜଧାନୀବାସୀଙ୍କ ଗହଳି ଲାଗୁଛି ପାର୍କ ନିକଟରେ ଥିବା ସ୍ୱାସ୍ଥ୍ୟକର ପାନୀୟ ଏବଂ ଖାଦ୍ୟ ଠେଲା ପାଖରେ । ଯେଉଁଠାରେ କଲରା ଓ ଅଁଳା ରସଠାରୁ ଆରମ୍ଭକରି ଗଜାମୁଗ, ସିଝା ଚଣା ଭଳି ଖାଦ୍ୟ ପାନୀୟ ମିଳୁଛି । ଏସବୁ କରୋନା ପରଠୁ ଏକ ବଡ଼ ଟ୍ରେଣ୍ଡ୍‌ରେ ପରିଣତ ହୋଇଯାଇଛି । ସ୍ୱାସ୍ଥ୍ୟକୁ ଠିକ୍‌ ରଖିବା ଚିନ୍ତାରେ ବର୍ତ୍ତମାନ ଦୌଡୁଛି ସାରା ରାଜଧାନୀ । ବ୍ୟସ୍ତବହୁଳ ଜୀବନରେ ଲୋକଙ୍କ ମଧ୍ୟରେ ମୋଟାପଣ ଓ ବିଭିନ୍ନ ରୋଗର ଆଶଙ୍କା ବଢ଼ୁଛି । ଆଉ ତାହା ଦୂର କରିବା ପାଇଁ ସମସ୍ତେ ପ୍ରାତଃଭ୍ରମଣ ଓ ବ୍ୟାୟାମକୁ ମାଧ୍ୟମ କରିଛନ୍ତି । କର୍ପୋରେଟ କମ୍ପାନିରେ କାମ କରୁଥିବା ବଡ଼ ଅଫିସରଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ପାର୍କରେ ଦେଖିବାକୁ ମିଳୁଛି ।

ବିଶେଷକରି ବରିଷ୍ଠ ନାଗରିକଙ୍କ ଭିଡ଼ ଅଧିକ ଦେଖାଯାଉଛି । ସେମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଗୋଷ୍ଠୀ ରହୁଛି । ବ୍ୟାୟାମ କରିବା ସହିତ ହେଉଛି ବନ୍ଧୁମିଳନ । ରାଜଧାନୀରେ ଥିବା ଆଇଜି ପାର୍କ, ଫରେଷ୍ଟ ପାର୍କ, ମଧୁସୂଦନ ପାର୍କ, ଏକାମ୍ର ପାର୍କ ଭଳି ବିଭିନ୍ନ ପାର୍କରେ ଲୋକଙ୍କ ଗହଳି ସକାଳ ୫ରୁ ୯ଟା ପର୍ଯ୍ୟନ୍ତ ଅଧିକ ରହୁଛି । ଅଧିକାଂଶ ସମୟରେ ପାର୍କ ସମ୍ମୁଖରେ ଗାଡ଼ି ସଂଖ୍ୟା ଏତେ ହେଉଛି ଯେ ପାର୍କିଂ କରିବାକୁ ସ୍ଥାନ ଅଭାବ ପଡୁଛି । ମଧୁସୂଦନ ପାର୍କ ନିକଟରେ ଜୁସ୍‌ ଏବଂ ଗଜାମୁଗ ବିକୁଥିବା ଶୁଭ ମହାନ୍ତି କୁହନ୍ତି, ଭୋର ୪ଟାରୁ ଆସି ମୁଁ ଠେଲା ଲଗାଇଥାଏ । ବ୍ୟାୟାମ କରିସାରି ଲୋକମାନେ ଦୋକାନକୁ ଆସିଥାନ୍ତି । କେତେବେଳେ ୫ଶହ ଟଙ୍କା ରୋଜଗାର ହୁଏ ତ କେତେବେଳେ ୧୦୦୦ । ବିଶେଷକରି ଯଦି କାହାର ଜନ୍ମଦିନ ହୋଇଥାଏ, ତେବେ ବରିଷ୍ଠ ନାଗରିକ ସଂଘର ଲୋକମାନେ ୩୦ରୁ ୪୦ଟି ସିଝା ମୁଗ, ଚଣା ଠୋଲା ନେଇଥାନ୍ତି । ମଧୁସୂଦନ ପାର୍କକୁ ଯୋଗକରିବାକୁ ଆସୁଥିବା ୭୭ ବର୍ଷୀୟ ଜିକେ ବେହେରା କୁହନ୍ତି, ସକାଳୁ ଏଠାକୁ ଆସିବା ଦ୍ୱାରା ଯୋଗ ସହିତ ବନ୍ଧୁମାନଙ୍କ ସହିତ ଭେଟ ହୁଏ । ମନ ଓ ଶରୀର ସୁସ୍ଥ ରହୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.