ନୂଆଦିଲ୍ଲୀ,୦୬/୦୭; ବିଶ୍ୱ କ୍ରିକେଟରେ ଯଦି ଗୋଟିଏ ଦଳ ଅନ୍ତର୍ଜାତୀୟ କ୍ରିକେଟରେ ରାଜୁତି କରୁଥାଏ, ତେବେ ସେ ହେଉଛି ଅଷ୍ଟ୍ରେଲିଆ । କଙ୍ଗାରୁ ଟିମ୍ ସର୍ବାଧିକ ଆଇସିସି ଟ୍ରଫି ଜିତିଛି । ମହିଳା କ୍ରିକେଟ ସମାନ ପ୍ରଦର୍ଶନ କରି ଆଇସିସି ଟାଇଟଲ ଜିତିଛି । ଦୁଇ କି ତିନି ନୁହେଁ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ମୋଟ ୨୪ଟି ଆଇସିସି ଟ୍ରଫି ଜିତିଛି । ୨୦୨୬ ଜୁଲାଇ ୫ରେ ଏଥିରେ ଆଉ ଏକ ଟ୍ରଫି ଯୋଡି ହୋଇଛି । ସପ୍ତମ ଥର ପାଇଁ ମହିଳା କ୍ରିକେଟ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଛି ।

ପୁରୁଷ ଏବଂ ମହିଳା କ୍ରିକେଟ ଉଭୟରେ ଆଇସିସି ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ରହିଛି । ପୁରୁଷ ଏବଂ ମହିଳା କ୍ରିକେଟରେ କେବଳ ଆଇସିସି ଟାଇଟଲ ବିଚାର କଲେ, ଅଷ୍ଟ୍ରେଲିଆ ୨୪ଟି ଟ୍ରଫି ଜିତିଛି । ପୁରୁଷ କ୍ରିକେଟ୍ ଟିମ୍ ୬ଟି ଦିନିକିଆ ବିଶ୍ୱକପ ୨ଟି ଚାମ୍ପିଅନ୍ସ ଟ୍ରଫି, ଗୋଟିଏ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଏବଂ ଗୋଟିଏ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଛି । ମହିଳା କ୍ରିକେଟ ଦଳ ଅଧିକ ଟାଇଟଲ ଜିତିଛି । ଦଳ ୭ ଥର ଦିନିକିଆ ବିଶ୍ୱ ବିଜୟୀ ହୋଇଛି । ୭ ଥର ଟି-ଟ୍ୱେଣ୍ଟି ବିଶ୍ୱକପ ବି ଜିତିଛି ।

କିଏ ଜିତିଛି କେତେ ? ପୁରୁଷ ଏବଂ ମହିଳା କ୍ରିକେଟରେ ସର୍ବାଧିକ ଆଇସିସି ଟ୍ରଫି ଜିତିଥିବା ଟିମ୍ ତାଲିକାରେ ୨୪ଟି ଟ୍ରଫି ଜିତି ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି । ୯ଟି ଟାଇଟଲ ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ୮ଟି କପ ଜିତି ତୃତୀୟ ସ୍ଥାନରେ ରହିଥିବା ବେଳେ ୱେଷ୍ଟଇଣ୍ଡିଜ ୬ଟି ଏବଂ ନ୍ୟୁଜିଲାଣ୍ଡ ୪ଟି ଟ୍ରଫି ହାତେଇ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଟିମ୍ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ଅଛି କିନ୍ତୁ.... ଅଷ୍ଟ୍ରେଲିଆ ୨୪ଟି ଟ୍ରଫି ଜିତି ପ୍ରଥମ ସ୍ଥାନରେ ରହିଛି । ଭାରତ ୯ଟି ଜିତି ଦ୍ୱିତୀୟ ସ୍ଥାନରେ ରହିଛି । ଏଥିରୁ ଭାରତ ମିଳିତ ଭାବେ ଗୋଟିଏ ଟ୍ରଫି ଜିତିଛି । ଭାରତ ୨ଟି ଦିନିକିଆ ବିଶ୍ୱକପ, ୩ଟି ଟି-ଟ୍ୱେଣ୍ଟି ବିଶ୍ୱକପ ଏବଂ ୩ଟି ଚାମ୍ପିଅନ୍ସ ଟ୍ରଫି ଜିତିଛି । ମହିଳା କ୍ରିକେଟରେ ଭାରତ କେବଳ ଗୋଟିଏ ଦିନିକିଆ ବିଶ୍ୱକପ ଟାଇଟଲ୍ ଜିତିଛି ।

ଏହା ବି ପଢନ୍ତୁ...Women's T20 World Cup 2026: ରେକର୍ଡ ସପ୍ତମ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ, ଫାଇନାଲରେ ଆୟୋଜକ ଇଂଲଣ୍ଡକୁ ଦେଲା ମାତ୍  

କହି ରଖୁଛି କି, ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬କୁ ବିଜେତା ମିଳିଛି । ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ସପ୍ତମ ଥର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି । ଆୟୋଜକ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ଫାଇନାଲ ଫାଇଟ୍ । ଲଣ୍ଡନର ଲର୍ଡସରେ ଅଷ୍ଟ୍ରେଲିଆ ୭ ୱିକେଟରେ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରି ବିଶ୍ୱ ବିଜୟୀ ହୋଇଛି । ଅଷ୍ଟ୍ରେଲିଆକୁ ୧୫୧ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଇଂଲଣ୍ଡ । ୧୭. ୧ ଓଭରରେ ଟାର୍ଗେଟ୍ ହାସଲ କରି ନେଇଥିଲା କଙ୍ଗାରୁ ଦଳ । ଏହି ବଜୟ ସହ ରେକର୍ଡ ସପ୍ତମ ଥର ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଛି ଅଷ୍ଟ୍ରେଲିଆ । 

ଏହା ବି ପଢନ୍ତୁ...FIFA World Cup: ୯୮ ସେକେଣ୍ଡରେ ୨ ଗୋଲ୍...ଇତିହାସ ରଚିଲେ ଜୁଡ୍ ବେଲିଂହାମ୍, ଆୟୋଜକ ମେକ୍ସିକୋକୁ ହରାଇ କ୍ୱାର୍ଟରରେ ଇଂଲଣ୍ଡ