ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ରାଜଧାନୀରେ ଲୁଟ୍‌ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ମୋଷ୍ଟ ୱାଣ୍ଟେଡ୍‌କୁ ବାନ୍ଧିଲା ପୋଲିସ

Published By : Harapriya Sethi | November 27, 2024 9:22 AM

ଭୁବନେଶ୍ବର,୨୭/୧୧: ରାଜଧାନୀରେ ଲୁଟ୍ ପାଇଁ ମହିଳାଙ୍କୁ ହତ୍ୟା ଘଟଣାରେ ନଭେମ୍ୱର ୨୫ ତାରିଖରେ ଜଣେ ଅଭିଯୁକ୍ତକୁ ଝାଡଖଣ୍ଡରୁ ଗିରଫ କରାଯାଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ବଡ଼ବିଲ ଅଞ୍ଚଳରୁ ଗିରଫ କରିଛି ଏୟାରଫିଲଡ଼ ଥାନା ପୋଲିସ ।

ସୂଚନା ମୁତାବକ, ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ କମିସନରେଟ ପୋଲିସ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲା। ଶେଷରେ ବୁଧବାର ଫେରାର ଥିବା ମୋଷ୍ଟ ୱାଣ୍ଟେଡ୍‌କୁ ଧରିବାରେ ସଫଳ ହୋଇଛି ପୋଲିସ । ଯୁବକ ଜଣକ ପ୍ରଥମେ ଝାଡ଼ଖଣ୍ଡ ଏବଂ ପରେ ବଡ଼ବିଲରେ ଲୁଚି ରହିଥିଲା। ଦୀର୍ଘ ୧୬ ଦିନ ପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ଏୟାରଫିଲ୍ଡ ଥାନା ପୋଲିସ ।
ନଭେମ୍ୱର ୧୧ ତାରିଖରେ ସ୍ୱାମୀ ବିଷ୍ଣୁ ପାତ୍ରଙ୍କ ସହ ମହିଳା ଜଣକ ବାଇକ୍‌ରେ ମନ୍ଦିର ଯାଉଥିଲେ । ଏହି ସମୟରେ ଦୁଇ ଜଣ ଲୁଟେରା ମହିଳାଙ୍କ ଠାରୁ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ । ଲୁଟ୍‌ ବେଳେ ମହିଳା ଜଣକ ଗାଡ଼ିରୁ ପଡ଼ି ଯାଇ ପ୍ରାଣ ହରାଇଥିଲେ । ଏନେଇ ତାଙ୍କ ସ୍ୱାମୀ ଏୟାରଫିଲଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.