ମାଲକାନଗିରି,୧୮/୬ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଗତକାଲି ଜଣେ ଆତ୍ମ ସମର୍ପଣକାରୀ ମାଓବାଦୀ ନେତାଙ୍କ ପରିବାରର ୨ଜଣଙ୍କ ସହ ମୋଟ ୩ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ସହ ୧୨ ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିଲେ। ତେବେ ଏହି ଘଟଣାର ଦିନକ ପରେ ଅପହୃତ ହୋଇଥିବା ୧୨ଜଣ ଗ୍ରାମବାସୀଙ୍କୁ ମାଓବାଦୀ ଛାଡ଼ି ଦେଇଥିବା ଜଣାପଡ଼ିଛି। ସମସ୍ତେ ସୁରକ୍ଷିତ ଥିବାବେଳେ ଭୟବୀତ ଥିବା ଜଣାପଡିଛି। ଅପର ପକ୍ଷରେ ଉକ୍ତ ୧୨ଗ୍ରାମବାସୀ ଗାଁକୁ ଫେରିବା ପରେ ସେମାନଙ୍କ ପରିବାର ଲୋକେ ଆଶ୍ବସ୍ତ ହୋଇଛନ୍ତି।
ସୂଚନାଯୋଗ୍ୟ କି, ଛତିଶଗଡ଼ର ବିଜାପୁର ଜିଲ୍ଲା ପେଡ୍ଡାକୋର୍ମା ଗାଁରେ ନକ୍ସଲମାନେ ଗତ ମଙ୍ଗଳବାର ଜଣେ ଛାତ୍ର ସମେତ ୩ଜଣଙ୍କୁ ହତ୍ୟା କରିଥିଲେ। ଏମାନଙ୍କ ବ୍ୟତୀତ ନକ୍ସଲମାନେ ୭ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବରେ ମାଡ଼ ମାରି ଆହତ କରିବ ସହ ନକ୍ସଲମାନେ ୧୨ ଜଣ ଗ୍ରାମବାସୀଙ୍କୁ ଅପହରଣ କରିଥିଲେ। ଏହାପରେ ଅଞ୍ଚଳରେ ପୋଲିସ ପକ୍ଷରୁ ତଲାସି ଅଭିଯାନ ଆରମ୍ଭ ସହ ଘଟଣାର ତଦନ୍ତ ଜାରି ରଖାଯାଇଥିଲା।