ଆଠଗଡ, ୨୨।୪ : ନରସିଂହପୁର ବ୍ଲକରେ ଘଟିଛି ଦୁଃଖଦ ଘଟଣା। ଶୌଚ ହେବାକୁ ଯାଇଥିବା ବେଳେ ମା’,ପୁଅକୁ ଦଳି ମାରିଦେଲା ହାତୀ  । ମୃତକ ହେଳେ ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବଭୂଇଁ ନୂଆଗାଁ ଗ୍ରାମର ସସ୍ମିତା ନାଏକ ଏବଂ ତାଙ୍କ ପୁଅ ପ୍ରିୟାଂଶୁ ନାଏକ

ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବଭୂଇଁ ନୂଆଗାଁ ଗ୍ରାମର ବଂଶୀଧର ନାଏକଙ୍କ ପତ୍ନୀ ସସ୍ମିତା ନାଏକ  ଓ ପୁଅ ପ୍ରିୟାଂଶୁ ନାଏକ ଘର ପଛପଟକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ  ହାତୀ ଆକ୍ରମଣ ଶୀକାର ହୋଇଥିଲେ। ହାତୀ ଆକ୍ରମଣରେ ଉଭୟ ଗୁରୁତର ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରି ହିନ୍ଦୋଳ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଦେବଭୂଇଁ-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ପୁଲିସ ଲୋକମାନଙ୍କୁ ବୁଝାସୁଝା କରୁ