ରାଉରକେଲା, ୧୭।୭ : ସୁନ୍ଦରଗଡ଼ ଜିଲାର ଲହୁଣୀପଡ଼ା ଥାନା ଅନ୍ତର୍ଗତ କନ୍ଧବେରଣା  ଗ୍ରାମରେ  ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି।  ପାରିବାରିକ କଳହକୁ ନେଇ ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଦେଲା ମା’ । ଗୁରୁତର ଅବସ୍ଥାରେ ମା’ ଓ ୨   ଝିଅକୁ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

 ଥଣ୍ଡା ପାନୀୟରେ ବିଷ ମିଶାଇ ୨ ଝିଅକୁ ପିଇବାକୁ ଦେବା ସହ ନିଜେ ମା’  ମଧ୍ୟ ବିଷ ପିଇ ଦେଇଥିଲା। ଏଥିରେ ମା’ ଓ ଝିଅ ଗୁରୁତର ହୋଇଥିଲେ। ପରିବାର ଲୋକ ଏହା ଦେଖି  ମା’ ଓ ୨ ଝିଅକୁ  ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।