ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶିଶୁକୁ ଚେଙ୍କ ଦେବା ଅଭିଯୋଗରେ ଆଈ ଗିରଫ

Published By : Gurupada Nath | March 13, 2025 8:55 PM

Image courtesy: indiatoday

ଚନ୍ଦାହାଣ୍ଡି,୧୩/୩ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଫୁଣ୍ଡେଲପଡା ଗ୍ରାମର ସରୋଜ ନାୟକ ଏବଂ ପୂର୍ଣ୍ଣିମା ନାୟକଙ୍କ ଶିଶୁପୁତ୍ରକୁ ୪୦ରୁ ଊର୍ଦ୍ଧ୍ବ ଚେଙ୍କ ଦେବା ଅଭିଯୋଗରେ ଶିଶୁର ଆଈ କୁନ୍ତଳା ମଶ୍ରାଙ୍କୁ ଗିରଫ । ଆଜି ଝରିଗାଁ କୋର୍ଟରେ କୁନ୍ତଳାଙ୍କୁ ହାଜର କରିଥିବା ନେଇ ଚନ୍ଦାହାଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୋଲର୍ସ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l ଗିରଫ ଆଇଙ୍କ ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଧିନ ପର୍ଲା ଗ୍ରାମରେ ବୋଲି ଆଇଆଇସି କୋଲର୍ସ ସୂଚନା ଦେଇଛନ୍ତି l 

ପ୍ରକାଶ ଯେ, ଫୁଣ୍ଡେଳପଡା ଗ୍ରାମର ସରୋଜ ନାୟକ ଏବଂ ପୂର୍ଣ୍ଣିମା ନାୟକଙ୍କ ୧୦ଦିନର ଶିଶୁପୁତ୍ର କୌଣସି କାରଣରୁ ଅସୁସ୍ଥ ହେବା ସହ ଜୋରରେ କାନ୍ଦିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ଧର୍ମଗଡ଼, ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ । ମାତ୍ର ଶିଶୁର ଦେହ ସୁସ୍ଥ ନ ହେବା ସହ କାନ୍ଦ ବନ୍ଦ   ହୋଇ ନ ଥିଲା l  ଏହାକୁ  କଳା ସିରା କହି ଶିଶୁର ମୁଣ୍ଡ ଏବଂ ପେଟରେ ଗରମ ଲୁହା କଣ୍ଟାରେ ୪୦ରୁ ଊର୍ଦ୍ଧ୍ବ ଚେଙ୍କ ଦେବାରୁ  ଶିଶୁ ଗୁରୁତର ହୋଇ ପଡିଥିଲା l ପରିବାର ଲୋକେ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଶିଶୁପୁତ୍ର ସୁସ୍ଥ ହୋଇଥିଲା l ଏହାକୁ ନେଇ ଚନ୍ଦାହାଣ୍ଡି ପୋଲିସ ନିଜ ଆଡ଼ୁ କେସ ନଂ ୩୩/୨୫ରେ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଭାର ଆଇଆଇସି  ନିଜେ ନେବା ସହ ଆଜି ଶିଶୁପୁତ୍ରର ଆଈ କୁନ୍ତଳାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲେ l ଜାମିନ ନାମଞ୍ଜୁର ହେବାରୁ ଆଈ କୁନ୍ତଳାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.