କରଞ୍ଜିଆ ୨୮/୦୬: କରଞ୍ଜିଆ ମହୁଲଡିହା ଥାନା ମୁକ୍ତାଝରୀ ସାହିରେ ଡବଲ ମର୍ଡର। ମା, ଝିଅଙ୍କ ବେକ କାଟି ହତ୍ୟା ଘଟଣାରେ ବାପା ଅଟକ। ମୃତ ମାଆ ଓ ଝିଅ ହେଉଛନ୍ତି ମୁକ୍ତାଝରୀ ସାହିର ଚୈତ୍ଯନ ଟୁଡୁଙ୍କ ସ୍ତ୍ରୀ ସୀତାମଣି ଟୁଡୁ ଓ ଝିଅ ଜବାମଣି ଟୁଡୁ। ବିଳମ୍ବିତ ରାତିରେ ପୁଲିସ ଚୈତ୍ଯନ ଟୁଡୁଙ୍କୁ ଅଟକ ରଖିଛି। ଚୈତ୍ଯନଙ୍କୁ ବିଳମ୍ବିତ ରାତିରୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୁଲିସ।

ମହୁଲଡିହା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଆସିଲା ପରେ ମୃତଦେହ ବ୍ୟବଛେଦ ପାଇଁ ପଠାଯିବ ବୋଲି IIC ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ...ମା’-ଝିଅଙ୍କ ତଣ୍ଟିକାଟି ହତ୍ୟା କଲେ ଦୁର୍ବୃତ୍ତ