ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବୋହୂର ଝୁଲନ୍ତା ଶବ ଦେଖି ହୃଦ୍‌ଘାତରେ ଟଳିପଡ଼ିଲେ ଶାଶୂ, ମୃତଦେହ ଜବତ କରି ତଦନ୍ତ ଆରମ୍ଭ କଲା ପୁଲିସ

Published By : Prameya | February 24, 2025 11:02 AM

ବଲାଙ୍ଗିର,୨୪/୦୨: ପାରିବାରିକ କଳହକୁ ନେଇ  ଜୀବନ ହାରିଦେଲେ ବୋହୂ ।  ଘର ଭିତରେ ରଶି ଲଗାଇ  ଝୁଲିପଡ଼ିଲେ । ଅଘଟଣ ସମ୍ପର୍କରେ ପୁଅକୁ ଫୋନ୍‌ କରି ସୂଚନା ଦେଲେ  ମା’ । ହେଲେ ପୁଅ ଘର ପହଞ୍ଚିବା  ପୂର୍ବରୁ ହୃଦ୍‌ଘାତରେଚାଲିଗଲା  ଜୀବନ । ବୋହୂର ଝୁଲନ୍ତା ଶବ ଦେଖି ହୃଦ୍‌ଘାତରେ ଶାଶୂ ଆଖି  ବୁଜିଥିବା କୁହାଯାଉଛି । ବଲାଙ୍ଗିର ସହର ଇନ୍ଦିରାନଗରରେ  ରବିବାର ଅପରାହ୍ନରେ ଘଟିଛି ଏଭଳି ଅଭାବନୀୟ ଘଟଣା ।  

ଗୌରହରି ସାହୁଙ୍କ ସ୍ତ୍ରୀ ଆନନ୍ଦିନୀ  ଅପରାହ୍ନରେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସେତେବେଳେ ଘରେ ଆନନ୍ଦିନୀଙ୍କ ଶ୍ୱଶୁର ଏବଂ ଶାଶୂ  ଜମ୍ବୁବତୀ ଥିଲେ । ଗୌରହରି ଏବଂ ତାଙ୍କ ଭାଇ ସଲଣ୍ଡିରେ ଅନୁଷ୍ଠିତ ଏକ  ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ  ଯାଇଥିଲେ। ଆନନ୍ଦିନୀଙ୍କ ଝୁଲନ୍ତା  ମୃତଦେହ ପ୍ରଥମେ ଦେଖିଥିଲେ ଜମ୍ବୁବତୀ । ମା’ଙ୍କଠାରୁ  ଏ ବିଷୟରେ ସୂଚନା ପାଇବା ପରେ ଗୌରହରି ଶ୍ୱଶୁର ରମେଶ ସାହୁଙ୍କୁ ଫୋନ୍‌ କରି ଜଣାଇଥିଲେ । ମୃତ ମହିଳାଙ୍କ ବାପଘର ଲୋକେ ପହଞ୍ଚିବା ପୂର୍ବରୁ  ଉଭୟଙ୍କ ମୃତଦେହ ଭୀମଭୋଇ ମେଡକାଲ କଲେଜ ଓ  ହସ୍ପିଟାଲକୁ ଅଣାସରିଥିଲା । ଆନନ୍ଦିନୀଙ୍କ ଏଭଳି ମୃତ୍ୟୁକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ବାପା ରମେଶ । ଝିଅ ଆତ୍ମହତ୍ୟା କରନି ବରଂ ତାକୁ ହତ୍ୟା କରାଯାଇଛି ବୋଲି  ସେ ଅଭିଯୋଗ କରିଛନ୍ତି । ପୁଲିସ୍‌ ମୃତଦେହ ଦୁଇଟି ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ  ଆରମ୍ଭ କରିଛି । ସୂଚନାଯୋଗ୍ୟ, ବରଗଡ଼ ଅଞ୍ଚଳର  ଆନନ୍ଦିନୀଙ୍କ ବିବାହ ୧୧ବର୍ଷ ତଳେ ଗୌରହରିଙ୍କ  ସହ ହୋଇଥିଲା । ତାଙ୍କର ଜମଜ ସନ୍ତାନ ଅଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.