ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଅନ୍ତର୍ଜାତୀୟ ମାତୃ ଦିବସ; 'ମମତା ନଈରେ ସେ ସୁନା ବୋଇତ, ଆକାଶଠୁ ବଡ଼ ଯାହାର ପଣତ...'

Published By : Ankita S | May 11, 2025 8:58 AM

ଭୁବନେଶ୍ୱର,୧୧/୦୫: ବିଦେଶରୁ ପୁଅ ଆସିଲେ ଯିଏ ଟଙ୍କା ଖୋଜେ ନାହିଁ । ପ୍ରଥମେ ପଚାରେ ଖାଇଛୁ କି ନାହିଁ ।  ଭଗବାନ ସବୁଠାରେ ରହିପାରିବେ ନାହିଁ ତେଣୁ ସେ ମା' ସୃଷ୍ଟି କରିଛି । ମା’। ଯାହାର  ଡାକରେ ଭରି ରହିଥାଏ ଅସରନ୍ତି  ସ୍ନେହ । ଯାହାର ପଣତ କାନି  ପିଲା ପାଇଁ ସମଗ୍ର ପୃଥିବୀ । ସେ ଆମକୁ ଦୁନିଆ ଦେଖାଇଛି । ହାତ ଧରି ଚାଲିବା ଶିଖାଇଛି । ଝୁଣ୍ଟି ପଡିଲେ ତାର ନାଁ ଆପେ ଆପେ ମୁହଁରେ ଆସିଯାଏ । ଘରୁ ବାହାରକୁ ଗଲେ ଫେରିବା ବାଟକୁ ଚାହିଁ ବସିଥାଏ । ପାଖରେ ଥାଏ ଅମାପ ଭଲପାଇବା ଅସରନ୍ତି ସ୍ନେହ । ପିଲା ଉପରେ  ଆଞ୍ଚ ଆସିଲେ ମା’ପାଲଟିଯାଏ  ବାଘୁଣୀ । ସେଥିପାଇଁ ତ କୁହାଯାଏ  ମା’ଥିଲେ ଡର କାହାକୁ । ସେହି ମା'ଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଦେବାକୁ ପ୍ରତିବର୍ଷ ମେ ୧୧ ତାରିଖକୁ ଅନ୍ତର୍ଜାତୀୟ ମାତୃ ଦିବସ ଭାବେ ପାଳନ କରାଯାଏ । 

ମା'ର ତ୍ୟାଗ ବଳିଦାନକୁ ସମ୍ମାନ ଦେବାକୁ ପ୍ରତିବର୍ଷ ମେ' ୧୧ ତାରିଖକୁ ଅନ୍ତର୍ଜାତୀୟ ମାତୃ ଦିବସ ଭାବରେ ପାଳନ କରାଯାଏ । ପ୍ରଥମେ ପ୍ରାଚୀନ ଗ୍ରୀସରେ ଆରମ୍ଭ ହୋଇଥିଲା ମାତୃ ଦିବସ । ୧୯୦୮ରେ ଯୁକ୍ତରାଷ୍ଟ୍ରରେ ଏନା ଜାର୍ଭିସ ନାମକ ଜଣେ ଆମେରିକୀୟ ମହିଳା ମାତୃ ଦିବସ ପାଳନ କରିଥିଲେ । ସେ ତାଙ୍କ ମା'ଙ୍କୁ ବହୁତ ଭଲ ପାଉଥିଲେ । ତାଙ୍କ ସ୍ମୃତିକୁ 'ମଦର୍ସ ଡେ' ଭାବେ ପାଳନ କରିବା ଆରମ୍ଭ କଲେ । ପରେ ପରେ ୟୁରୋପ, ଭାରତ ଅନ୍ୟ ଦେଶରେ ଏହାକୁ ସ୍ୱୀକୃତି ମିଳିଥିଲା । ଏହା ପରେ ପ୍ରତିବର୍ଷ ମେ' ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରାଯାଏ ।

ଏହା ବି ପଢନ୍ତୁ...ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼

କଥାରେ ଅଛି ନା, ମା' ନାହିଁ ଯାହାର ସାହା ନାହିଁ ତାର... ମା' ବିନା ଜୀବନ ଅସମ୍ଭବ । ମା'କୁ ବର୍ଣ୍ଣନା କରିବାକୁ ଶଦ୍ଦକୋଷରେ ଶଦ୍ଦର ଅଭାବ ପଡିଯିବ । ତା ପାଇଁ ତ ସବୁ ଦିନ... ଏ ସମାଜରେ ମା'ର ମୂଲ୍ୟ ବୁଝୁନି ସନ୍ତାନ । ଆଜି ବି ଜରାଶ୍ରମରେ ଗୁମୁରି ଗୁମୁରି କାନ୍ଦୁଛି ମା' । ଆଜି ଅନ୍ତର୍ଜାତୀୟ ମାତୃ ଦିବସରେ ଜୀବନର ସବୁ କିଛି ତ୍ୟାଗ କରିଥିବା ସେ  ମା' ମାନଙ୍କୁ କୋଟି କୋଟି ପ୍ରଣାମ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.