ନୀଳଗିରି,୭/୧୦(ଆ.ପ୍ର):ବାଲେଶ୍ଵର ଜିଲ୍ଲା ଗସ୍ତରେ ଆସିଥିବା ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କ ସହିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଲାଗିରହିଥିବା ସ୍ଵାସ୍ଥ୍ୟସେବାରେ ଅଵ୍ୟଵସ୍ଥା ନେଇ ଆଲୋଚନା କରିଛନ୍ତି। ଅବ୍ୟବସ୍ଥାର ଖୁବଶୀଘ୍ର ହେବ ପ୍ରତିକାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପାଇଁ ଉପଖଣ୍ଡ ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି। ସ୍ୱଚ୍ଛତା ସହିତ ନିମ୍ନମାନର ଖାଦ୍ୟ ଯୋଗାଣ ଅଭିଯୋଗ ହୋଇଆସୁଛି।ଅନେକ ଡାକ୍ତର ପଦବୀ ଖାଲି ପଡିଥିବାବେଳେ ଏସଡ଼ିଏମ ସମେତ କେହି ସରକାରୀ ବାସଭବନରେ ରହୁନାହାନ୍ତି। ସେହିଭଳି ତିନିଜଣ ନର୍ସିଂ ସିଷ୍ଟର ପଦବୀ ଖାଲି ହୋଇ ବର୍ଷ ବର୍ଷ ହୋଇ ପଡ଼ିଥିବା ବେଳେ ସେହି ସ୍ଥାନରେ ଦୁଇଜଣ ନର୍ସିଂ ଅଫିସର ଯାଇ କାମ କରୁଛନ୍ତି। ସେହିଭଳି ଅପରେସନ ସେଣ୍ଟର ଅଳ୍ପଦିନ କାର୍ଯ୍ୟକ୍ଷମ ହେଉଥିବା ବେଳେ ସେଠାରେ ନିଶ୍ଚେତକ ଡାକ୍ତର ନଥିବା ବେଳେ ଜଣେ ନର୍ସ ନିୟୋଜିତ ହୋଇଛନ୍ତି। ଅପରେସନ ହେଲେ କାମ ଥାଏ ନହେଲେ ଓପିଡ଼ି ରେ ସେ ସହଯୋଗ କରୁଛନ୍ତି। ଚକ୍ଷୁ ବିଶେଷଜ୍ଞ ଡେ ଓ ନାଇଟ ଡିୟୁଟି କରୁଥୁବାରୁ ଚକ୍ଷୁ ୱାର୍ଡ ଓ ପରୀକ୍ଷା କେନ୍ଦ୍ର କଣ ପାଇଁ ରହିଛି ଏନେଇ ପ୍ରଶ୍ନ ଉଠିଛି। ଅନେକ ଡାକ୍ତର ସଠିକ ସମୟରେ ଆସୁ ନାହାନ୍ତି। ଅନେକ ଡାକ୍ତର ରାତି ଡିୟୁଟି କରୁ ନାହାନ୍ତି। ସେହିପରି ଅନେକ କାର୍ଯ୍ୟରେ ଅନିୟମିତତା ସାଙ୍ଗକୁ ଆରକେଏସ ରୁ ମଧ୍ୟ ଅନେକ ଖର୍ଚ୍ଚରେ ଅନିୟମିତତା କରାଯାଇଥିବା ଅଭିଯୋଗ ହେଉଛି। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଆସିଥିବା ବେଳେ ସମସ୍ତ ଘଟଣା ସାଂସଦ ଶ୍ରୀ ଷଡ଼ଙ୍ଗୀ ଓ ବିଧାୟକ ଶ୍ରୀ ଖଟୁଆ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ କରିବାକୁ ଦାବି କରିଛନ୍ତି। ଅନିୟମିତାର ତଦନ୍ତ ହେବା ସହ ଖୁବଶୀଘ୍ର ଖାଲିଥିବା ପଦବୀ ପୂରଣ ହେବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା ଜଣାପଡିଛି।