ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ମାହତ୍ରେଙ୍କ ପ୍ରଦର୍ଶନରେ ପ୍ରଭାବିତ ଏମ୍‌ଏସ୍‌ ଧୋନି, ଟ୍ରାଏଲ୍‌ ପାଇଁ ଡକାଇଲା ସୁପରକିଙ୍ଗ୍‌ସ

Published By : Prameya | November 12, 2024 1:31 PM

ନୂଆଦିଲ୍ଲୀ,୧୨/୧୧: ମୁମ୍ବାଇର ଯୁବ ବ୍ୟାଟର ଆୟୂଷ  ମାହତ୍ରେ ଘରୋଇ କ୍ରିକେଟରେ  ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭାରତର ପୂର୍ବତନ ଅଧିନାୟକ  ମହେନ୍ଦ୍ର ସିଂହ ଧୋନି ମଧ୍ୟ ତାଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇଛନ୍ତି ।  ଫଳରେ ତାଙ୍କ ପରାମର୍ଶ କ୍ରମେ  ଆଇପିଏଲ୍‌ ଫ୍ରାଞ୍ଚାଇଜ ଦଳ ଚେନ୍ନାଇ ସୁପରକିଙ୍ଗ୍‌ସ ପକ୍ଷରୁ ମାହତ୍ରେଙ୍କୁ ଟ୍ରାଏଲ ପାଇଁ ଡକା ଯାଇଛି । ସେ ଆସନ୍ତା ସପ୍ତାହ ସୁପରକିଙ୍ଗ୍‌ସର  ଉଚ୍ଚ ପ୍ରଦର୍ଶନ କେନ୍ଦ୍ର (ନାଭାଲୁର  ଗ୍ରାଉଣ୍ଡ୍‌)ରେ ଟ୍ରାଏଲ ଦେବେ । ଯଦି ସେ ଭଲ ପ୍ରଦର୍ଶନ କରନ୍ତି,  ତା’ହେଲେ ଆଗାମୀ ଆଇପିଏଲ୍‌ ନିଲାମରେ ସୁପରକିଙ୍ଗ୍‌ସ ତାଙ୍କୁ କିଣିବା ଏକ ପ୍ରକାର ନିଶ୍ଚିତ । 

ମାହତ୍ରେଙ୍କୁ ଏବେ ମାତ୍ର  ୧୭ ବର୍ଷ । ସେ ଗତ ଇରାନୀ କପ୍‌ରେ ମୁମ୍ବାଇ ପକ୍ଷରୁ ପ୍ରଥମ  ଶ୍ରେଣୀ କ୍ରିକେଟ୍‌ରେ ପଦାର୍ପଣ  କରିଥିଲେ । ୫ଟି ମ୍ୟାଚ୍‌ରୁ ୩୫.୬୬  ଆଭରେଜରେ ୩୨୧ରନ୍‌ ସଂଗ୍ରହ  କରିଥିଲେ । ସେଥିମଧ୍ୟରେ ଗୋଟିଏ  ଶତକ ଓ ଗୋଟିଏ ଅର୍ଦ୍ଧଶତକ  ସାମିଲ ରହିଥିଲା । ଚଳିତ ରଣଜୀ  ଟ୍ରଫିରେ ଗତ ମହାରାଷ୍ଟ୍ର ବିପକ୍ଷ  ମ୍ୟାଚ୍‌ରେ ମାହତ୍ରେ ୧୭୬ରନ୍‌ର  ମାରାଥନ ଇନିଂସ୍‌ ଖେଳି ସମସ୍ତଙ୍କ  ଦୃଷ୍ଟି ଆକର୍ଷଣ କରିଥିଲେ । ରଣଜୀ  ଟ୍ରଫିର ପଞ୍ଚମ ରାଉଣ୍ଡ ଆସନ୍ତା ୧୬  ତାରିଖ ଶେଷ ହେବ । ଏହାପରେ  ୨୩ତାରିଖରୁ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଖେଳାଯିବ । ମୁମ୍ବାଇ  ଦଳରେ ମାହତ୍ରେଙ୍କୁ ସ୍ଥାନ ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.