ନୂଆଦିଲ୍ଲୀ,୦୯/୦୩; ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ରେ ଭାରତ ଐତିହାସିକ ବିଜୟ ହାସଲ କରିଛି । ମୋଟେରା ଷ୍ଚାଡିୟମରେ ଏମିତି ଏକ ଝଲକ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହାରଇ ଭାରତ ତୃତୀୟ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଛି । ଏହାର କିଛି ସମୟରେ ଭାରତୀୟ କ୍ରିକେଟର ଏମଏସ ଧୋନୀ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯାହା ଚର୍ଚ୍ଚାର ବିଷୟ ହୋଇଛି ।
ଭାରତ ବନାମ ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚରେ ଏମଏସ ଧୋନୀ ବିସିସିଆଇ ବକ୍ସରେ ବସିଥିବା ଦେଖିବାକୁ ମିଳିଥିଲା । ତାଙ୍କ ସହ ରୋହିତ ଶର୍ମା, ଆଇସିସି ଅଧ୍ୟକ୍ଷ ଜୟଶାହ ମଧ୍ୟ ଉପସ୍ଥିତ ଥିଲେ । ମ୍ୟାଚ ସରିବା ପରେ ଧୋନୀ ତାଙ୍କ ଇଷ୍ଟାଗ୍ରାମ ପୋଷ୍ଟରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ବିଶେଷ କରି ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କର ମଧ୍ୟ ତାରିଫ କରିଛନ୍ତି । ତାଙ୍କ ପୋଷ୍ଟରେ ସେ ଲେଖିଛନ୍ତି, '' କୋଚ୍ ସାହେବ, ତୁମ ମୁହଁରେ ଏ ହସ ବହୁତ ଭଲ ଲାଗେ । ଟିମ୍ ପ୍ରଦର୍ଶନ ଏବଂ ଗତ କିଛି ସମୟରେ ହୋଇଥିବା ପରିବର୍ତ୍ତନକୁ ପ୍ରଶଂସା କରିଛନ୍ତି ଧୋନୀ । ଅହମ୍ମଦାବାଦରେ ଇତିହାସ ରଚା ଯାଇଛି । ବିଜୟ ଦେଶ ପାଇଁ ଗର୍ବର ମୂହୁର୍ତ୍ତ । ଟିମ୍, ସହଯୋଗୀ ଷ୍ଟାଫ ଏବଂ ଫ୍ୟାନ୍ସଙ୍କୁ ବହୁତ ବହୁତ ଅଭିନନ୍ଦନ । ଧୋନୀଙ୍କ 'କୋଚ୍ ସାହେବ' ସନ୍ଦେଶ ସିଧା ଗମ୍ଭୀରଙ୍କ ପାଇଁ ଥିଲା । ଗୌତମ ବିଷେଶ କରି ଗମ୍ଭୀରତା ଛବି ପାଇଁ ଜଣାଶୁଣା । ବିଜୟ ପରେ ସେ ହସିଥିବାରୁ ଧୋନୀ ତାଙ୍କ ହସକୁ ନେଇ ଏପରି ଟିପ୍ପଣୀ ଦେଇଛନ୍ତି ।
ଏହା ବି ପଢନ୍ତୁ...'ମୋ ଦାୟିତ୍ୱ ଡ୍ରେସିଂ ରୁମ୍ର ୩୦ ଖେଳାଳିଙ୍କ ପାଇଁ'; ବିଶ୍ୱକପ ଜିତିବା ପରେ ସମାଲୋଚକଙ୍କ ଉପରେ ବର୍ଷିଲେ ଗୌତମ
ବୁମରାଙ୍କୁ କଲେ ପ୍ରଶଂସା- ପୂର୍ବତନ କ୍ରିକେଟର ଧୋନୀ ତାଙ୍କ ପୋଷ୍ଟରେ ଷ୍ଟାର ୟର୍କର କିଙ୍ଗ ଯଶପ୍ରୀତ ବୁମରାଙ୍କୁ ପ୍ରଶଂସା କରିଛନ୍ତି । ଧୋନୀ ତାଙ୍କ ପୋଷ୍ଟରେ ବୁମରାଙ୍କୁ ତାରିଫ୍ କରି ଲେଖିଛନ୍ତି, ବୁମରାଙ୍କ ବିଷୟରେ କିଛି ନଲେଖିବା ଭଲ ହେବ । ଚାମ୍ପିଅନ ବୋଲର । ଫାଇନାଲ ମୁକାବିଲାରେ ବୁମରା ୧୫ ରନ୍ ଦେଇ ୪ ୱିକେଟ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ବାଟବଣା କରିଥିଲେ ବୁମ୍ ବୁମ୍ ବୁମରା । କହି ରଖୁଛି କି ଧୋନୀ ସୋସିଆଲ ମିଡିଆରେ ବହୁତ କମ୍ ଆକ୍ଟିଭ ରୁହନ୍ତି । ଇନଷ୍ଟାରେ ତାଙ୍କର ଏହି ପୋଷ୍ଟ ଭାଇରାଲ ହେଉଛି ।
ଭାରତ କଲା ରେକର୍ଡ- ଏହି ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୫ ରନ୍ କରିଥିଲା । ନ୍ୟୁଜିଲାଣ୍ଡ ଆଗରେ ୨୫୬ ରନର ବିଜୟ ଲକ୍ଷ୍ୟ ଥିଲା । ନ୍ୟୁଜିଲାଣ୍ଡ ୧୯ ଓଭରରେ ୧୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହି ବିଶ୍ୱକପ ବିଜୟ ସହିତ ଭାରତ ବ୍ୟାକ୍ ଟୁ ବ୍ୟାକ୍ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଛି । ଏହା ସହିତ ପ୍ରଥମ ଦଳ ଭାବେ ୩ଟି ଟି-ଟ୍ୱେଣ୍ଟି କପ ହାତେଇଛି ଭାରତ । ବିଶ୍ୱର ପ୍ରଥମ ଦଳ ଭାବେ କ୍ରମାନ୍ୱୟରେ ଦ୍ୱିତୀୟ ଏବଂ ମୋଟରେ ୩ ଥର ଚାମ୍ପିଅନ ହେବାର ଗୌରବ ଲାଭ କଲା ଭାରତ । ସବୁଠୁ ବଡ଼ କଥା ଥିଲା ପୂର୍ବରୁ କୌଣସି ଆୟୋଜକ ଦଳ ବିଶ୍ୱ ଚାମ୍ପିଅନ ହୋଇନଥିଲେ । ଏ ଧାରା ମଧ୍ୟ ଭାରତ ଭଙ୍ଗ କରି ନୂଆ ଇତିହାସ ରଚିଲା । ମହେନ୍ଦ୍ର ସିଂ ଧୋନି (୨୦୦୭), ରୋହିତ ଶର୍ମା (୨୦୨୪) ଏବଂ ସୂର୍ଯ୍ୟକୁମାର ଯାଦବଙ୍କ (୨୦୨୬) ନେତୃତ୍ୱରେ ଦଳ ଚାମ୍ପିଅନ ହୋଇଛି ।