ଦାରିଙ୍ଗବାଡ଼ି,୧୬/୦୫: ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୃଥକ୍ ଦୁର୍ଘଟଣା ଘଟି ୨ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଆହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସୁଲୁମାହା ଗାଁର ଫିଲିମନ ଦିଗାଲ(୬୧) କୌଣସି କାମରେ ଦାରିଙ୍ଗବାଡ଼ି ଯିବାସମୟରେ ଅନ୍ୟଏକ ବାଇକ୍ ଆରୋହୀ ଦୁର୍ଘଟଣା ଘଟାଇ ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ସେହିପରି ସମାନ ଥାନା ଅଧିନସ୍ଥ ଟେପାରି ଗାଁ ନିକଟରେ ବାଇକ୍ ଡାଲା ଅଟୋ ଦୁର୍ଘଟଣାରେ ବାଇମାଲା ପାନ୍ଡାଗାଡୁ ଗାଁର ନନ୍ଦ ଦିଗାଲ (୪୩)ଗୁରୁତର ଆହତ ହୋଇଥିଲେ । ଅଗ୍ନିଶମ ବିଭାଗ ସୁଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ନନ୍ଦକୁ ଉଦ୍ଧାର କରି ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମଧ୍ୟ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ ।